Below header

ମହେନ୍ଦ୍ରଗିରିରେ ଫି ଆଦାୟକୁ ନେଇ ବିରୋଧ, ବିଶାଳ ଆଦିବାସୀ ମେଳି

ପାରଳାଖେମୁଣ୍ଡି (କେନ୍ୟୁଜ୍‌) : ଗଜପତି ଜିଲ୍ଲା ମହେନ୍ଦ୍ରଗିରି ଅଞ୍ଚଳରେ ଆଦିବାସୀ ମେଳି। ମହେନ୍ଦ୍ରଗିରିକୁ ଆସୁଥିବା ପର୍ଯ୍ୟଟକଙ୍କ ଠାରୁ ବୁରୁଖତରେ ଗେଟ କରି ଫି ଆଦାୟକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି । ୨ ଓ ୪ ଚକିଆ ଯାନ ସହ ଚାଲି କରି ଯାଉଥିବା ଲୋକଙ୍କ ଠାରୁ ମଧ୍ୟ ବନ ବିଭାଗ ତରଫରୁ ଫି ଆଦାୟ କରାଯାଉଛି । ଯାହାକୁ ଆଦିବାସୀମାନେ ତୀବ୍ର ବିରୋଧ କରିଛନ୍ତି । ରାୟଗଡ଼ ବ୍ଲକର କେରାଣ୍ଡି, କଇଁଫୁଲ ଓ ଗଙ୍ଗାବାଡ ପଞ୍ଚାୟତବାସୀ ଆଜି ମେଳି କରି ୧୪ ଦଫା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଶହ ଶହ ଆଦିବାସୀ ଏଥିରେ ସାମିଲ ହୋଇଥିଲେ । ଏସବୁ ଦାବି ପୂରଣ ସହ ମହେନ୍ଦ୍ରଗିରି ଇକୋ ଡେଭଲପମେଣ୍ଟ କମିଟିର ପୁନଃ ଗଠନ ଦାବି କରିଛନ୍ତି ବିକ୍ଷୋଭକାରୀ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.