Below header

ବିଭିନ୍ନ ଜିଲ୍ଲାରେ ସ୍ୱାସ୍ଥ୍ୟ ସୁବିଧା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର(କେନ୍ୟୁଜ) : ବିଭିନ୍ନ ଜିଲ୍ଲାରେ ସ୍ୱାସ୍ଥ୍ୟ ସୁବିଧା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ । ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି କହିଲେ ମୁଖ୍ୟ ଶାସନ ସଚିବ । ରାଜ୍ୟରେ ୯୭ ପ୍ରତିଶତ ଆକ୍ରାନ୍ତଙ୍କୁ ହସ୍ପିଟାଲାଇଜେସନ୍ ଆବଶ୍ୟକ ପଡୁନି ।

ବର୍ତ୍ତମାନ ମାତ୍ର ୩ ପ୍ରତିଶତ ବେଡ୍, ୧୧ ପ୍ରତିଶତ ଆଇସିୟୁ ଓ ୩ ପ୍ରତିଶତ ଭେଣ୍ଟିଲେଟର ବ୍ୟବହାର ହୋଇଛି । ଆଜି ଆଜି ବିଭିନ୍ନ ଜିଲ୍ଲାରେ ସ୍ୱାସ୍ଥ୍ୟ ସୁବିଧା ପ୍ରସ୍ତୁତି ଓ ରୋଗୀଙ୍କ ଚିକିତ୍ସା ପାଇଁ ସ୍ଥିତି ଅନୁଧ୍ୟାନ କରିବା ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୧୬ହଜାର ୧୧୭ ଆକ୍ଟିଭ କେସ ରହିଛି ।

ଏଥିରୁ ୧୫ହଜାର ୬୪୦ ଜଣ ହୋମ୍ ଆଇସୋଲେସନରେ ଅଛନ୍ତି । ଏହି ଟ୍ରେଣ୍ଡ ଦର୍ଶାଉଛି ୯୭ ପ୍ରତିଶତ କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲ ଯିବାକୁ ପଡୁନାହିଁ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭ହଜାର ୧୮୧ ଅକ୍ସିଜେନ ସୁବିଧା ବେଡ୍, ଶିଶୁଙ୍କ ପାଇଁ ହଜାରେ ଶଯ୍ୟା, ୨୦୨୪ଟି ଆଇସିୟୁ ଓ ଏଚଡିୟୁ ଏବଂ ୮୭୪ ଭେଣ୍ଟିଲେଟର ଉପଲବ୍ଧ ଅଛି ।

ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରାଥମିକତା ଭିତ୍ତିରେ ବୁଷ୍ଟର ଡୋଜ୍ ଦେବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ସବୁ କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟରରେ ରହିବ ହେଲପ ଡେସ୍କ । ଫଳରେ କରୋନା ଆକ୍ରାନ୍ତଙ୍କ ପରିବାର ଓ ସମ୍ପର୍କୀୟ ନିୟମିତ ସୂଚନା ପାଇପାରିବେ । ହସ୍ପିଟାଲରେ କୌଣସି କରୋନା ଆକ୍ରାନ୍ତ ଯେଭଳି ଅବହେଳା ଅନୁଭବ ନକରନ୍ତି ସେଥିପ୍ରତି କଡ଼ା ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ଜିଲ୍ଲାପାଳମାନଙ୍କୁ ହସ୍ପିଟାଲ ପରିଦର୍ଶନ କରି ଭିତ୍ତିଭୂମି ପରଖିବା ପାଇଁ ନିର୍ଦ୍ଦେଶ ରହିଛି । ସେହିପରି ସେକେଣ୍ଡ େଓ୍ଵଭ ମୁକାବିଲା ଭଳି ପ୍ରସ୍ତୁତି କରିବା ଉପରେ ଫୋକସ୍ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ । ଆବଶ୍ୟକ ହେଲେ ନିଜ ଅଞ୍ଚଳର ଅବସରପ୍ରାପ୍ତ ଡାକ୍ତର ଓ ନର୍ସଙ୍କୁ ନିଯୁକ୍ତି ଦେବାକୁ କହିଛନ୍ତି । କରୋନା ମୁକାବିଲାରେ ଆଉ କଣ ଅତିରିକ୍ତ ସହାୟତା ଦରକାର ଜିଲ୍ଲାପାଳମାନଙ୍କୁ ପଚାରିଥିଲେ ମୁଖ୍ୟ ସଚିବ । ପ୍ରାଥମିକତା ଭିତ୍ତିରେ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.