ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଦେଶରେ ସଂକ୍ରମଣ ବ୍ୟାପକ ହେଉଥିବା ବେଳେ ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ । ମାସ୍କ ବ୍ୟବହାର ଓ ସାମାଜିକ ବ୍ୟବଧାନ ଉପରେ ଗୁରୁତ୍ୱ ଦେଇଛନ୍ତି ମୋଦି । ଦ୍ରୁତ ବ୍ୟାପୁଥିବା କରୋନା ଲଢ଼େଇରେ ଏହାକୁ ବଡ଼ ଅସ୍ତ୍ର କରାଯାଉ ବୋଲି ମୋଦି କହିଛନ୍ତି । ସେହିପରି ସାମାନ୍ୟ ଲକ୍ଷଣଥିବା ଓ ଲକ୍ଷଣ ନଥିବା ସଂକ୍ରମିତଙ୍କ ପାଇଁ ହୋମ ଆଇସୋଲେସନ୍ ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

କୋଭିଡ୍ ସଂକ୍ରମଣର ବାସ୍ତବ ତଥ୍ୟ ଦେବାକୁ କହିଛନ୍ତି ମୋଦି । ଜିଲ୍ଲା ସ୍ତରରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ବଢ଼ାଇବା ଏବଂ ରାଜ୍ୟମାନଙ୍କ ସହ ସମନ୍ଵୟ ରକ୍ଷା କରି କାମ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ସ୍ୱାସ୍ଥ୍ୟକର୍ମୀ, ଫ୍ରଣ୍ଟ ଲାଇନ୍ କର୍ମଚାରୀ ଓ କିଶୋରଙ୍କ ଟିକାକରଣକୁ ମିଶନ ମୋଡ୍ରେ ଆଗକୁ ବଢ଼ାଇବାକୁ ନିର୍ଦେଶ ଦେଇଛନ୍ତି ।

କୋଭିଡ୍ ସମୟରେ ଅଣକୋଭିଡ୍ ଚିକିତ୍ସା ଯେପରି ବାଧାପ୍ରାପ୍ତ ନହୁଏ ତା ଉପରେ ଗୁରୁତ୍ୱ ଦେଇଛନ୍ତି । କଣ୍ଟେନମେଣ୍ଟ ଓ ସର୍ଭେଲାନ୍ସକୁ ଗୁରୁତ୍ୱ ଦେଇଛନ୍ତି । ଟେଷ୍ଟିଂ ଓ ଟିକାକରଣରେ ବୈଜ୍ଞାନିକ ଗବେଷଣାର ଆବଶ୍ୟକତା ଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଆଗାମୀ ଦିନରେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଆଜିର ବୈଠକରେ ଗୃହ ମନ୍ତ୍ରୀ ଅମିତ ଶାହ, ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମଣ୍ଡଭିୟ, ଗୃହ ସଚିବ, କ୍ୟାବିନେଟ୍ ସଚିବ, ରେଲେଓ୍ଵ ବୋର୍ଡ ଚେୟାରମ୍ୟାନ୍ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.