ବନ୍ଦ କରାଯିବ ନର୍କର ଦ୍ୱାର

ତୁର୍କମେନିସ୍ତାନରେ ପ୍ରାୟ ୫୦ ବର୍ଷରୁ ଜଳୁଥିବା ନର୍କ ଦ୍ୱାର ବା ଗେଟ୍ ୱେ ଅଫ୍ ହେଲ ବନ୍ଦ ହେବାକୁ ଯାଉଛି । କାରଣ ଏହି ଗାତରୁ ନିଆଁ ବାହାରୁଥିବାରୁ ଏହା ପର୍ଯ୍ୟଟକମାନଙ୍କ ପାଇଁ ଅସୁବିଧା କରାଉଥିବାରୁ ଏହି ନିଆଁ ଗାତ ବା ନର୍କର ଦ୍ୱାର କୁହାଯାଉଥିବା ଏହି ନିଆଁ ଗାତକୁ ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯିବା କଥା ତୁର୍କମେନିସ୍ତାନ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ତୁର୍କମେନିସ୍ତାନର କାରାକୁମ୍ ମରୁଭୂମିରେ ଅବସ୍ଥିତ ଏହି ସ୍ଥାନକୁ ନର୍କର ଦ୍ୱାର ବୋଲି କୁହାଯାଏ । କାରଣ ଏଠାରେ ଏମିତି କିଛି ଜିନିଷ ରହିଛି ଓ ଦଖିବାକୁ ମିଳିଛି ଯାହାକୁ ଦେଖି ଲୋକେ ଏହାକୁ ନର୍କ ବୋଲି ବିବେଚିତ କରିଛନ୍ତି । ଯେଉଁଠାରେ ଏହି ସ୍ଥାନଟି ଅବସ୍ଥିତ, ସେଠାରେ ଏକ ବଡ଼ ଗାତ ରହିଛି ଯେଉଁଠାରୁ ଲଗାତାର ଭାବେ ନିଆଁ ବାହାରୁଛି । ପୁଣି ଏହା ବଡ ଅଜବ ଯେ ଅନେକ ଚେଷ୍ଟା କରିବା ପରେ ବି ଏହି ନିଆଁକୁ ଆଜି ପର୍ଯ୍ୟନ୍ତ କେହି ଲିଭାଇବାକୁ ସକ୍ଷମ ହୋଇନାହାଁନ୍ତି। କୁହାଯାଏ ଯେ ୧୯୭୧ ମସିହାରେ ପ୍ରାକୃତିକ ଗ୍ୟାସ ଆବିଷ୍କାର କରିବା ପାଇଁ ଏଠାରେ ଏକ ଛୋଟ ଗାତ ଖୋଳା ଯାଇଥିଲା। କିନ୍ତୁ ଭୂମିର ଏକ ଅଂଶ ଭୁଶୁଡି ପଡିଲା ଏବଂ ଏଠାରେ ସେହି ସମୟରେ ୧୩୦ ଫୁଟ ଚଉଡା ଏବଂ ୬୦ଫୁଟ ଗଭୀର ର ଏକ ବୃହତ୍ତ ଗାତ ସୃଷ୍ଟି ହୋଇଗଲା ।

ଏହା ପରେ ଏଠାରୁ ଅଧିକ ମିଥେନ ଗ୍ୟାସ ଏଠାରୁ ବାହାରିବା ଆରମ୍ଭ ହୋଇଗଲା, ପରେ ଏଠାରେ ଥିବା ଖନନକାରୀ ଦଳ ଏହାକୁ ପୋଡି ଦେଲେ । ସେମାନେ ମିଥେନ ଗ୍ୟାସରେ ନିଆଁ ଲଗାଇବାର କାରଣ ଥିଲା ଯେ ମିଥେନ ଗ୍ୟାସ କିଛି ଦିନ ମଧ୍ୟରେ ଜଳିଯିବ, ଯାହା ପରେ ଗାତ ଖୋଳିବାରେ କୌଣସି ଅସୁବିଧା ହେବ ନାହିଁ କିନ୍ତୁ ସେମାନେ ଏପରି କରିବା ପରେ ମଧ୍ୟ ସଫଳ ହୋଇନଥିଲେ । ମିଥେନ ଗ୍ୟାନ ଲିଭି ନଥିଲା ଓ ଆଜି ପର୍ଯ୍ୟନ୍ତ ବି ଏହି ନିଆଁ ଜଳୁଛି ।

ଏହି ବଡ ଗାତରୁ ଏମିତି ନିଆଁ ବାହାରୁଛି ଯେ , ଯାହାକୁ ଦେଖି ଲୋକମାନେ ଭୟଭୀତ ହେଇଯାଉଛନ୍ତି । ଏହି ଗାତ ପାଖକୁ ଯିବାକୁ କେହି ସାହସ ମଧ୍ୟ କରନ୍ତି ନାହିଁ । ଏହି କାରଣରୁ, ସ୍ଥାନୀୟ ଲୋକମାନେ ଏହି ଗାତକୁ ନର୍କର ଦ୍ୱାର ବୋଲି କହୁଛନ୍ତି । ଲୋକମାନେ ଏହି ଗାତକୁ ନର୍କର ଦ୍ୱାର କହିବା ପଛରେ କାରଣ ମଧ୍ୟ କହିଛନ୍ତି । ସେମାନେ କହିଛନ୍ତି ଯେ ନର୍କରୁ ମଧ୍ୟ ଏମିତି ନିଆଁ ବାହାରୁଥିବ । ଯେଉଁଠି ଗଲେ ମଣିଷ କଷ୍ଟ ହିଁ କଷ୍ଟ ପାଇବ । ନର୍କ କେବେ ଭଲ ମଣିଷଙ୍କ ପାଇଁ ହୋଇ ନଥାଏ । ଏହା ଖରାପ ଲୋକଙ୍କ ପାଇଁ ହିଁ ହୋଇଥାଏ । ତେଣୁ ଏହି ଗାତ ପାଖକୁ ଅନେକ ଲୋକେ ଯାଇ ପାରନ୍ତିନି । ତେବେ ଏଠିକାର ସରକାର କହିଛନ୍ତି ଲୋକେ ଏହାକୁ ଏମିତି ଭାବେ ନର୍କର ଦ୍ୱାର ବୋଲି ବିବେଚନା କରିଛନ୍ତି ଯେ ଏହା ମୋ ଦେଶ ଉପରେ ଓ ଆଖ ପାଖ ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଉଛି । ପୁଣି ଏଠାରୁ ବାହାରୁଥିବା ମିଥେନ ଗ୍ୟାସ ମଧ୍ୟ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ତେଣୁ ଏହି ନର୍କ ଦ୍ୱାରକୁ ବନ୍ଦ କରାଯାଉଛି ।