ନିଜ ହାର୍ଟକୁ ସୁସ୍ଥ ରଖିବା ପାଇଁ ଅପଣାନ୍ତୁ ଏହି ସରଳ ଉପାୟ

ନିଜକୁ ସୁସ୍ଥ ରଖିବାକୁ ହେଲେ ପ୍ରଥମେ ନିଜର ହାର୍ଟକୁ ସୁସ୍ଥ ରଖିବା ପାଇଁ ପଡିବ । କାରଣ ହାର୍ଟ ଫଙ୍କ୍ସନ ନକଲେ ଆପଣଙ୍କ ମୃତ୍ୟୁ ସୁନିଶ୍ଚିତ ।ତେଣୁ ସବୁବେଳେ ଚେଷ୍ଟା କରନ୍ତୁ ନିଜ ହାର୍ଟକୁ ସୁସ୍ଥ ରଖିବା ପାଇଁ । ଏଥିପାଇଁ ଆପଣଙ୍କୁ ନିଜର ଖାଦ୍ୟ ପେୟ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିବ । ଏକ ଭଲ ଲାଇଫ୍‌ ଷ୍ଟାଇଲ ରୁଟିନ ଆପଣାଇବାକୁ ପଡିବ । ନିଜର ଜୀବନ ଶୈଳୀରେ ବଡ ପରିବର୍ତ୍ତନ ଆଣିବାକୁ ପଡିବ ।

 

ବର୍ତ୍ତମାନ ଦିନକୁ ଦିନ ହୃଦ୍ଘାତ ଜନିତ ରୋଗ ବଢିବାରେ ଲାଗିଛି । ଏମିତିକି ଏହା କେବଳ ବୟସ୍କ ନୁହେଁ ଯୁବ ଗୋଷ୍ଠିର ବ୍ୟକ୍ତିଙ୍କୁ ଅଧିକ ଆକ୍ରାନ୍ତ କରୁଛି । ହୃଦ୍ଘାତ ଜନିତ ରୋଗ ଏବେ ସବୁଠାରୁ ବଡ ସମସ୍ୟା ସାଜିଛି ସବୁ ବର୍ଗର ଲୋକଙ୍କ ପାଇଁ । ତେବେ ଏହି ହାର୍ଟ ଜନିତ ରୋଗରୁ ମୁକ୍ତି ପାଇବା ପାଇଁ ଅନେକ ଲୋକ ବିଭିନ୍ନ ପ୍ରକାର ମେଡିସିନ ଖାଇବା ସହିତ ଅନେକ ପ୍ରକାର ପଦ୍ଧତି ଆପଣାଉଛନ୍ତି କିନ୍ତୁ ଏହା ପରେ ବି ମୁକ୍ତି ମିଳୁନି ହାର୍ଟ ଜନିତ ରୋଗରୁ । ତେଣୁ ଏମିତି କିଛି ଏକ୍ସରସାଇଜ ଓ ଯୋଗ ରହିଛି । ଯାହା କରିବା ଦ୍ୱାରା ସୁସ୍ଥ ରହିବ ଆପଣଙ୍କ ହାର୍ଟ ।

HEART
Picture Credit – Everyday health

ଏମିତିକି କିଛି ଡାକ୍ତର ମେଡିସିନ ଅପେକ୍ଷା ହାର୍ଟ ରୋଗୀଙ୍କୁ ସନ୍ତୁଳିତ ଖାଦ୍ୟପେୟ ସହିତ ଏକ୍ସରସାଇଜ ଓ ଯୋଗ କରିବା ପାଇଁ ପରାମର୍ଶ ଦେଇଥାଆନ୍ତି । କାହିଁକିନା ବ୍ୟାୟାମ ଓ ଯୋଗ ହାର୍ଟ ରୋଗୀଙ୍କ ପାଇଁ ମେଡିସିନ ପରି କାମ କରିଥାଏ । ହାର୍ଟ ଆଟାକକୁ ଏକ ବଂଶଗତ ରୋଗ ବୋଲି କୁହାଯାଇଛି ଓ ଏହା ସହିତ ଏହା ଆପଣଙ୍କ ଖାଦ୍ୟପେୟ ଉପରେ ନିର୍ଭର କରେ । ହାର୍ଟରେ ଆଧିକ ଚର୍ବିର୍ ହୋଇଗଲେ ମଧ୍ୟ ହାର୍ଟ ଆଟାର ହୋଇଥାଏ । ତେଣୁ ଏହି ସବୁ ଜିନିଷରୁ ଦୂରେଇ ରହିବା ପାଇଁ ଆପଣଙ୍କୁ ଏହାର ଲକ୍ଷଣ ମଧ୍ୟ ଜାଣିବାକୁ ପଡିବ । ଆପଣ କୌଣସି ମାଦକ ଦ୍ରବ୍ୟ ଶେବନ କରୁଥିଲେ ନିଜର ଅଭ୍ୟାସ ବଦଳାନ୍ତୁ । ଏହାକୁ ପରିତ୍ୟାଗ କରନ୍ତୁ କାରଣଏହା ହାର୍ଟ ଉପରେ ଅଧିକ ଖରାପ ପ୍ରଭାବ ପରାଇଥାଏ । ଆପଣ ଦୁନକୁ ୧୫ ମିନିଟ ରୁ ୨୦ ମିନିଟ ପର୍ଯ୍ୟନ୍ତ ଯୋଗ କରନ୍ତୁ । କୌଣସି ମସଲା ବା ତେଲ ଯୁକ୍ତ ଖାଦ୍ୟ ଅଧିକ ଖାଆନ୍ତୁ ନାହିଁ । ଏକ ଗବେଷଣାରୁ ଜଣା ପଡିଛି ଯେ ସଙ୍ଗୀତ ମଣିଷର ହାର୍ଟକୁ ସୁସ୍ଥ ରଖିଥାଏ ଓ ଏହା ଏର ବଡ ପ୍ରଭାବ ପକାଇଥାଏ । ତେଣୁ ଆପଣ ଭଲ ଗୀତ ଶୁଣିବାକୁ ଚେଷ୍ଟା କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.