ଭାଇରାଲ ହେଲା ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କ ଅନ୍ତରଙ୍ଗ ଫଟୋ, ରାଗିଯାଇ ଷ୍ଟେଟମେଣ୍ଟ ରଖିଲେ ଆକ୍ଟ୍ରେସ

କେନ୍ୟୁଜ : ଏବେ ଏବେ ସୁକେଶଙ୍କ ସହ ଆକ୍ଟ୍ରେସ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କ ଫଟୋ ଭାଇରାଲ ହେଉଛି । ଯାହାକୁ ନେଇ ଜ୍ୟାକଲିନ ବହୁତ ହି ଅସନ୍ତୁଷ୍ଟ ଅଛନ୍ତି । ତେଣୁ ସେ ନିଜ ମିଡିଆ ଫ୍ରେଣ୍ଡ୍ସଙ୍କୁ ଅନୁରୋଧ କରିଛନ୍ତି କି ଦୟାକରି ମୋ ପ୍ରାଇଭେସିର ଧ୍ୟାନ ରଖନ୍ତୁ । ବଲିବୁଡର ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କ ପାଇଁ ପୂର୍ବ କିଛି ସମୟ ବହୁତ ହି ମୁସ୍କିଲ ରହିଛି । ସୁକେଶ ଚନ୍ଦ୍ରଶେଖର କେସରେ ନାଁ ଆସିବା ପରଠୁ ହିଁ ଜ୍ୟାକଲିନଙ୍କୁ କାଫି ସମସ୍ୟାର ସାମନା କରିବାକୁ ପଡୁଛି । ଆଉ ଏବେ ସୁକେଶଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତ ଫଟୋ ଭାଇରାଲ ହେବା ଜ୍ୟାକଲିନଙ୍କ ସମସ୍ୟାକୁ ଆହୁରି ଦୁଇଗୁଣା ବଢାଇ ଦେଇଛି । ଏହି ଫଟୋକୁ ନେଇ ଆକ୍ଟ୍ରେସ ରିଆକ୍ଟ କରିଛନ୍ତି ଓ ଦୁଖୀ ମଧ୍ୟ ନଜର ଆସୁଛନ୍ତି ।

ଜ୍ୟାକଲିନ ତାଙ୍କ ଷ୍ଟେଟମେଣ୍ଟରେ କହିଛନ୍ତି କି ଏ ଦେଶ ଆଉ ଏ ଦେଶର ଲୋକେ ମତେ ବହୁତ ସାରା ଭଲପାଇବା ଦେଇଛନ୍ତି ଏବଂ ଏଥିରେ ମିଡିଆରୁ ମଧ୍ୟ ମୋର ଅନେକ ଫ୍ରେଣ୍ଡ ସାମିଲ ଅଛନ୍ତି । ଯାହାଙ୍କଠୁ ମୁଁ ବହୁତ କିଛି ଶିଖିଛି । ଏବେ ମୁୁଁ ବହୁତ ଖରାପ ସମୟ ଦେଇ ଗତି କରୁଛି । ମୋର ଆଶା ଅଛି କି ମୁଁ ଏସବୁରୁ ଅତିଶୀଘ୍ର ବାହାରକୁ ଆସିବି । ଯାହା ନିଶ୍ଚୟ ଆପଣମାନେ ଦେଖିବେ । ମୋର ମିଡିଆ ବନ୍ଧୁ ମାନଙ୍କୁ ଏତିକି ଅନୁରୋଧ କି ସେମାନେ ମୋର ପ୍ରାଇଭେସିର ଖୟାଲ ରଖନ୍ତୁ ଓ ମୋ ବ୍ୟକ୍ତିଗତ ଫଟୋକୁ ସର୍କୁଲେଟ ନକରନ୍ତୁ । ଆପଣମାନେ ଏଭଳି ନିଜ ପାଖ ଲୋକ ଓ ସେମାନଙ୍କୁ ଭଲପାଉଥିବା ମଣିଷଙ୍କ ସହ କରପାରିବେନି ।

photo viral 1
Pc-India Forums

ଜ୍ୟାକଲିନଙ୍କ ପାଇଁ ୨୦୨୧ କାଫି ଖରାପ ରହିଥିଲା । ଏହି ଅଭିନେତ୍ରୀଙ୍କ ନାମ ଠକ ସୁକେଶ ଚନ୍ଦ୍ରଶେଖର ସହ ଯୋଡାହେଲା । ଏହା ପରେ ଏହି ମାମଲାରେ ଜ୍ୟାକଲିନଙ୍କୁ ଇଡି ପଚରାଉଚରା ପାଇଁ ଡକାଇଥିଲା । କିନ୍ତୁ ଜ୍ୟାକଲିନଙ୍କ ସମସ୍ୟା ସେତେବେଳେ ବଢିଯାଇଥିଲା ଯେତେବଳେ ସୁକେଶ ସହ ଜ୍ୟାକଲିନଙ୍କର କିଛି ଫଟୋ ସାମନାକୁ ଆସିଥିଲା । ଇଡି ପକ୍ଷରୁ ପଚରାଉଚାରା ବେଳେ ଜ୍ୟାକଲିନଙ୍କ ପାଖରୁ ବହୁ ତଥ୍ୟ ହାସଲ କରିଥିଲା ଇଡି ।

ଜ୍ୟାକଲିନଙ୍କ ବିରୁଦ୍ଧରେ ଇଡି ଲୁକଆଉଟ ନୋଟିସ ମଧ୍ୟ ଜାରି କରିଥିଲା । ଯେଉଁଥିପାଇଁ ତାଙ୍କୁ ଦେଶ ଛାଡି ଯିବାକୁ ଅନୁମତି ନଥିଲା । ଜ୍ୟାକଲିନ କିନ୍ତୁ ଦେଶରୁ ବାହାରକୁ ଯିବାକୁ ଅନୁରୋଧ କରିଥିଲେ ମଧ୍ୟ ଇଡି ସଫାସଫା ମନା କରିଥିଲା । ଜ୍ୟାକଲିନଙ୍କ ଛଡା ବଲିବୁଡ ଆକ୍ଟ୍ରେସ ନୋରା ଫତେହୀଙ୍କ ନାଁ ମଧ୍ୟ ସାମନାକୁ ଆସିଛି । ରିପୋର୍ଟ ହିସାବରେ ସୁକେଶ ଜ୍ୟାକଲିନ ଓ ନୋରାଙ୍କୁ ଅନେକ ସାରା ଉପହାର ଦେଇଥିଲେ । ନୋରାଙ୍କୁ ମଧ୍ୟ ଇଡି ପଚରାଉଚରା କରିସାରିଛି । ଏହା ଛଡା ଆହୁରି ମଧ୍ୟ ଆକ୍ଟ୍ରେସ ରହିଛନ୍ତି ଯେଉଁମାନଙ୍କୁ କି ଭବିଷ୍ୟତରେ ପଚରା ଉଚରା କରାଯାଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.