ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟଦାନରୁ ବିରତ ରହିବ ତୃଣମୂଳ କଂଗ୍ରେସ: ଘୋଷଣା କଲେ ମମତା ବାନାର୍ଜୀ

କେନ୍ୟୁଜ୍(ବ୍ୟୁରୋ):  ଉପ ରାଷ୍ଟ୍ରପତି ନିର୍ବାଚନ ଭୋଟିଂରେ ସାମିଲ ହେବନି ତୃଣମୂଳ କଂଗ୍ରେସ। ମିଳିତ ବିରୋଧୀ ଦଳ ଉପରାଷ୍ଟ୍ରପତି ପ୍ରାର୍ଥି ଘୋଷଣା ପୂର୍ବରୁ ଟିଏମସିର ମତ ଲୋଡ଼ାଯାଇନଥିଲା। ଏଥିପାଇଁ ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟିଂରୁ ଓହରିବ ବୋଲି ଦଳ ଘୋଷଣା କରିଛି। ତୃଣମୂଳ ସାଂସଦଙ୍କ ସହ ବୈଠକ ପରେ ଏହା ଘୋଷଣା କରିଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ। ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଏନଡିଏ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କୁ ପ୍ରାର୍ଥୀ କରିଛି।

ମିଳିତ ବିରୋଧୀ ଦଳ ମାର୍ଗାରେଟ ଆଲ୍‌ଭାଙ୍କପ ପ୍ରାର୍ଥୀ କରିଛି। ଉପରାଷ୍ଟ୍ରପତି ପ୍ରାର୍ଥୀ ଚୟନ ବେଳେ ମମତାଙ୍କ ମତ ଲୋଡ଼ିନଥିବା କହିଛି ଟିଏମସି। ପୂର୍ବରୁ ପଶ୍ଚିମବଙ୍ଗ ବିଜେପି ପକ୍ଷରୁ ଧନଖଡ଼ଙ୍କୁ ସମର୍ଥନ କରିବାକୁ ମମତା ବାନାର୍ଜୀଙ୍କୁ ଅନୁରୋଧ କରାଯାଇଥିଲା। ଧନଖଡ଼ ପଶ୍ଚିମବଙ୍ଗର ରାଜ୍ୟପାଳ ଥିବା ବେଳେ ମମତା ବାନାର୍ଜୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ବିବାଦ ଉପୁଜିଥିଲା। ଅଗଷ୍ଟ ୬ରେ ଅନୁଷ୍ଠିତ ହେବ ଉପରାଷ୍ଟ୍ରପତି ନିର୍ବାଚନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.