ଛତିଶଗଡ଼ରୁ ଖାଦ୍ୟସାମଗ୍ରୀ ଆଣି ଆସୁଥିବା ଟ୍ରକ୍ ଭୁବନେଶ୍ବରରୁ ଗାୟବ, ପରେ କାକଟପୁରରୁ ଉଦ୍ଧାର କଲା ପୋଲିସ୍

କାକଟପୁର(କେନ୍ୟୁଜ୍): ଛତିଶଗଡ଼ ରାଜ୍ୟର ପରାବାଦବଜାର ଜିଲ୍ଲା ଅନ୍ତର୍ଗତ ଭାଟାପଡା ଥାନା ଅଞ୍ଚଳରୁ ଗତ ୨୮ତାରିଖରେ ଗହମ ,ଚଣା ,ଡାଲି ଏବଂ ଚୂଡା ଲୋଡ କରି OR11 K4107 ନମ୍ବରର ଏକ ଆଇଚର ବାରଚକିଆ ଟ୍ରକ୍ ଭୁବନେଶ୍ବର ଅଭିମୁଖେ ବାହାରିଥିଲା। ଏହି ଖାଦ୍ଯ ସାମଗ୍ରୀର ମୂଲ୍ୟ ଅଠର ଲକ୍ଷ ଆଠ ହଜାର ଉଣେଇଶ ଟଙ୍କାର ମନିରିସିଡ ଡ୍ରାଇଭର ହାତରେ ମଧ୍ଯ ଥିଲା। କିନ୍ତୁ ଛତିଶଗଡ଼ରୁ ବାହାରିଥିବା ଏହି ଟ୍ରକଟି ଗନ୍ତବ୍ୟ ସ୍ଥଳରେ ନପହଞ୍ଚି ଅଧାବାଟରୁ କେଉଁଆଡେ ଉଭାନ ହୋଇଯାଇଥିଲା ।

ଟ୍ରକଟି ସଠିକ ସମୟରେ ସଠିକ ସ୍ଥାନରେ ନ ପହଞ୍ଚିବା ଯୋଗୁଁ ଛତିଶଗଡ଼ରୁ ମାଲ ପଠାଇଥିବା ବିକାଶ ଅଗ୍ରୱାଲ ନାମକ ବ୍ଯବସାୟୀ ଛତିଶଗଡ଼ର ପରୱଦାବଜାର ଜିଲ୍ଲାର ଭାଟାପଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ |  ଅଭିଯୋଗକୁ ଭିତ୍ତି କରି ଭାଟାପଡା ପୋଲିସ୍ 465 \2022 ରେ ଏକ ମାମଲା ରୁଜୁ କରି ୪୨୦ ଦଫାରେ ତଦନ୍ତ ଆରମ୍ଭ କରିଥିଲେ। ଟ୍ରକ ଡ୍ରାଇଭରର ମୋବାଇଲ ନମ୍ବରକୁ ପ୍ରଥମେ ଟ୍ରାକ କରିଥିଲେ । ସେଥିରେ କାକଟପୁର ଥାନା ଅଞ୍ଚଳ ଦର୍ଶାଇଥିଲା। ମୋବାଇଲ ଟ୍ରାକ CDR ରେକର୍ଡକୁ ଆଧାର କରି ଛତିଶଗଡ଼ ପୋଲିସ୍ ର ଏକ ଚାରିଜଣିଆ ଟିମ୍ କାକଟପୁର ଅଞ୍ଚଳରେ ପହଞ୍ଚିଥିଲେ ଏବଂ କାକଟପୁର ପୋଲିସ୍ ର ସହଯୋଗରେ କାକଟପୁର ଅଞ୍ଚଳର ବାଙ୍ଗୁରୀଗାଁ ଅଞ୍ଚଳର ଛୋଟିପଡା ଗ୍ରାମରୁ ଡ୍ରାଇଭର ଏବଂ କାକଟପୁର ନିକଟ କୂଅପଦା ଗ୍ରାମରୁ ହେଲପରକୁ ଧରିବା ସହ ସେମାନଙ୍କ ନିକଟରୁ ଦୁଇଟି ଟ୍ରକ କୁ ଜବତ କରିବାରେ ସଫଳ ହୋଇଥିଲେ।

ଛତିଶଗଡ଼ ଅଞ୍ଚଳରୁ ଟ୍ରକ ରେ ଆଣିଥିବା ଖାଦ୍ୟସାମଗ୍ରୀ କୁ ସେମାନେ କେଉଁଠାରେ ହଡପକଲେ ଓ ସେଗୁଡିକୁ କାହାକୁ ଦେଲେ ତାର ତଦନ୍ତ କଲାପରେ ଅଧିକ ତଥ୍ୟ ଜଣାପଡିବ ବୋଲି କହିଛି ଛତିଶଗଡ଼ ପୋଲିସ୍।ଆଜି ଅଭିଯୁକ୍ତ ଙ୍କୁ ଡାକ୍ତରୀ ମାଇନା କରାଯାଇ ନିମାପଡା କୋର୍ଟ ରେ ହାଜର କରାଯିବା ପରେ ସେଠାରୁ କୋର୍ଟ ଙ୍କ ଅନୁମତି ନେଇ ଛତିଶଗଡ଼ ଅଭିମୁଖେ ନିଆଯିବ ବୋଲି ସୂଚନା ମିଳିଛି | ଏଭଳି ଘଟଣା କାକଟପୁର ଅଞ୍ଚଳରେ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.