ବାଙ୍ଗିରିପୋଷି ଘାଟିରେ ଭାରସାମ୍ୟ ହରାଇ ଫୁଟ ତଳକୁ ଖସିଲା ଟ୍ରକ୍, ୨ମୃତ

ମୟୁରଭଞ୍ଜ(କେନ୍ଯୁଜ୍): ଘାଟିରୁ ଶହେ ଫୁଟ ତଳକୁ ଖସିଲା ଟ୍ରକ୍। ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ପିଆଜ ବୋଝେଇ ଟ୍ରକ । ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣ ଆହତ ହୋଇଛନ୍ତି।

ନାସିକରୁ ପିଆଜ ଆଣି ପଶ୍ଚିମବଙ୍ଗ ଯାଉଥିବାବେଳେ ଘାଟିରୁ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ମୃତକଙ୍କ ପରିଚୟ ମିଳିପାରିନଥିବାବେଳେ, ଉଭୟ ପିଆଜ ବୋଜେଇ ଟ୍ରକର ଡ୍ରାଇଭର ଓ ହେଲପର ବୋଲି ଅନୁମାନ କରାଯାଉଛି। ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.