Below header

ଏୟାରପୋର୍ଟ ଅଥୋରିଟି ଅଫ ଇଣ୍ଡିଆ (AAI) ରେ ଖାଲିପଡିଛି ସିନିଅର ଆସିଷ୍ଟାଣ୍ଟ ପଦବୀ, ଆଜି ହିଁ କରିଦିଅନ୍ତୁ ଆବେଦନ

ଏୟାରପୋର୍ଟ ଅଥୋରିଟି ଅଫ ଇଣ୍ଡିଆ (AAI) ଚାକିରି କରିବାକୁ ଚାହୁଁଥିବା ଯୁବକଙ୍କ ପାଇଁ ଭଲ ସୁଯୋଗ। ଏଥିପାଇଁ AAI ସିନିଅର ଆସିଷ୍ଟାଣ୍ଟ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଏହି ପଦବୀରେ ଆବେଦନ କରିବା ପାଇଁ ଚାହୁଁଛନ୍ତି, ସେମାନେ AAIର ଅଧିକାରକ ୱେବସାଇଟ aai.aero କୁ ଯାଇ ଆପ୍ଲାଏ କରିପାରିବେ। ଏହି ପଦବୀରେ ଆବେଦନ କରିବାର ଶେଷ ତାରିଖ ୩୧ ଅଗଷ୍ଟ ରହିଛି।

ଏହାଛଡା ଇଚ୍ଛୁକ ପ୍ରାର୍ଥୀ ସିଧାସଳଖ ଲିଙ୍କ https://www.aai.aero/sites/default/files/examdashboard_advertisement ରେ କ୍ଲିକ କରି ଏହି ପଦବୀରେ ଆବେଦନ କରିପାରିବେ। ଏହା ସହିତ ଲିଙ୍କ https://www.aai.aero/sites/default/files/examdashboard_advertisement/Deptt.%20Exam.pdf ଜରିଆରେ ଅଧିକାରକ ନୋଟିଫିକେସନକୁ ଦେଖିପାରିବେ।

ପଦବୀ ବିବରଣୀ: ୨୯

ସିନିଅର ଆସିଷ୍ଟାଣ୍ଟ: ୧୪
ସିନିଅର ଆସିଷ୍ଟାଣ୍ଟ(ଫାଇନାନ୍ସ): ୬
ସିନିଅର ଆସିଷ୍ଟାଣ୍ଟ(ଇଲେକଟ୍ରନିକ୍ସ): ୯

ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୩୧ ଅଗଷ୍ଟ ରହିଛି।

ଶିକ୍ଷାଗତ ଯୋଗ୍ଯତା: ସିନିଅର ଆସିଷ୍ଟାଣ୍ଟ ପାଇଁ ଏମଏଲବି ଲାଇସେନ୍ସ ସହିତ ଗ୍ରାଜୁଏଟ ହେବା ଦରକାର। ଏହାସହିତ ମ୍ଯାନେଜମେଣ୍ଟରେ ଡିପ୍ଲୋମା କରିଥିବା ଜରୁରୀ। ସିନିଅର ଆସିଷ୍ଟାଣ୍ଟ(ଫାଇନାନ୍ସ) ପାଇଁ ପ୍ରାର୍ଥୀ ବି. କମ୍ ସହିତ ୬ ମାସର କମ୍ପ୍ଯୁଟର ପ୍ରଶିକ୍ଷଣ ସାର୍ଟିଫିକେଟ ଦରକାର। ସିନିଅର ଆସିଷ୍ଟାଣ୍ଟ(ଇଲେକଟ୍ରନିକ୍ସ) ପାଇଁ ଦୂରସଂଚାର/ ରେଡିଓ ଇଂଜିନିୟରିରେ ଡିପ୍ଲୋମା କରିଥିବା ଦରକାର।

ବୟସ ସୀମା: ଆବେଦନକାରୀଙ୍କ ବୟସ ୩୦ ବର୍ଷରୁ ଅଧିକ ୫୦ ବର୍ଷରୁ କମ୍ ହୋଇଥିବା ଜରୁରୀ।

ଦରମା: ମାସିକ ୩୬,୦୦୦/-୧,୧୦,୦୦୦ ଟଙ୍କା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.