ଦେଶର ପ୍ରଥମ ସହର ଭାବେ ଦିଲ୍ଲୀରେ କରୋନା ପାଇଁ ଲାଗୁ ହେଲା Graded Response Action ପ୍ଲାନ

କରୋନା କାଳରେ ସବୁ କିଛି ପ୍ରଭାବିତ ହୋଇଥିବା ବେଳେ ଲୋକଙ୍କୁ ଏଥିରୁ ସୁରକ୍ଷିତ ରଖିବା ପାଇଁ ଅନେକ ନିୟମ ଲାଗୁ କରାଯାଉଛି। ସମସ୍ତ ରାଜ୍ୟ ସରକାର ନିଜ ରାଜ୍ୟକୁ ଗୁରୁତ୍ୱ ଦେବାକୁ ଯାଇ ଯଥେଷ୍ଟ ସତର୍କ ରହୁଛନ୍ତି। ଏବେ କରୋନାର ୩ୟ ଲହରକୁ ଧ୍ୟାନରେ ରଖି ଦେଶର ରାଜଧାନୀ ଦିଲ୍ଲୀରେ  Graded Response Action ପ୍ଲାନ ଲାଗୁ କରିଛି।

ଦେଶରେ ଦିଲ୍ଲୀ ପ୍ରଥମ ରାଜ୍ୟ ଭାବେ ଏହି ନିୟମ ଲାଗୁ କରିଛି। ଜରୁରୀ କାଳିନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏହି ନିୟମ ଲାଗୁ କରିଛନ୍ତି। ତେବେ ଏହି ସିଷ୍ଟମରେ ୪ ପ୍ରକାରର ଆକ୍ସନ ପ୍ଲାନ ରହିଛି। ସମୟ ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଲର୍ଟ ଲେବଲକୁ ଲାଗୁ କରାଯିବାର ବ୍ୟବସ୍ଥା ରହିଛି। ଏହାକୁ ନେଇ ପୂର୍ବ ପ୍ରସ୍ତୁତି ମଧ୍ୟ କରାଯାଇଛି।

ଦିଲ୍ଲୀ ସରକାର ଏହାକୁ ଆଧାର କରି ସବୁ ବ୍ୟବସ୍ଥା ପ୍ରତି ନିୟମ ଲାଗୁ କରିଛନ୍ତି। ଏହାପରେ ଜଣା ପଡିବ କଣ ଖୋଲା ରହିବ ଏବଂ କଣ ସବୁ ବନ୍ଦ ରହିବ। ତେବେ ଏଥିରେ ଥିବା ୪ଟି ଆଲର୍ଟ ବିଷୟରେ ଚାଲନ୍ତୁ ଜାଣିବା। ପ୍ରଥମ ଆଲର୍ଟ ଲେଭଲ ୧ େଓ୍ଵଲୋ ରଙ୍ଗର ରହିବ। ଦ୍ୱିତୀୟ ଲେଭଲ ଅମ୍ବର, ୩ୟରେ ଅରେଞ୍ଜ ଏବଂ ଲେଭଲ ୪ରେ ରେଡ ଆଲର୍ଟ ଜାରୀ କରାଯିବ। ପରିସ୍ଥିତିକୁ ଦେଖି ଏହି ଲେଭଲ ଲାଗୁ କରାଯିବ।

  • େଓ୍ଵଲୋ ଲେଭଲ: ୧୦.୫% ରୁ ଅଧିକ ମାମଲା ଥିଲେ ଲାଗୁ କରାଯିବ। ଯଦି ସପ୍ତାହରେ ୧୫୦୦ ମାମଲା ସାମ୍ନାକୁ ଆସିବ କିମ୍ବା ୫୦୦ ଅକ୍ସିଜେନ ବେଡରେ ରୋଗୀ ଭର୍ତ୍ତି ହେବେ ତେବେ ଏହି ଲେଭଲ ଲାଗୁ କରାଯିବ।
  • ଅମ୍ବର ଲେଭଲ: ଯଦି ସଂକ୍ରମଣ ସଂଖ୍ୟା ସପ୍ତାହରେ ୩୫୦୦ରୁ ଅଧିକ ଆସିବ କିମ୍ବାର ସପ୍ତାହରେ ୭୦୦ ଅକ୍ସିଜେନ ବେଡରେ ରୋଗୀ ଭର୍ତ୍ତି ହେବେ ଏହି ଲେଭଲ ଲାଗୁ କରାଯିବ।
  • ଅରେଞ୍ଜ ଲେଭଲ: ଯଦି ସପ୍ତାହରେ ୯୦୦୦ ସଂକ୍ରମଣ ମାମଲା ସାମ୍ନାକୁ ଆସିବ ତେବେ ଏହି ନିୟମ ଲାଗୁ କରାଯିବ।
  • ରେଡ ଲେଭଲ: ଯଦି ସପ୍ତାହରେ ୧୬୦୦୦ ରୁ ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସିବ ତେବେ ଏହି ଲେଭଲ ଲାଗୁ କରାଯିବ । କିମ୍ବା ୩୦୦୦ ଅକ୍ସିଜେନ ବେଡରେ ରୋଗୀ ଭର୍ତ୍ତି ହେବେ ତେବେ ଏହି ଲେଭଲ ଲାଗୁ କରାଯିବ।

ଜରୁରୀକାଳିନ ପରିସ୍ଥିତି ତଥା କରୋନା ସଂକ୍ରମଣ ମାମଲାକୁ ଧ୍ୟାନରେ ରଖି ଏହି ଲେଭଲ ଲାଗୁ କରାଯିବ। ଏବେ ଏହି ନିୟମ କେବଳ ଦିଲ୍ଲୀରେ ଲାଗୁ ହେବାକୁ ଯାଉଛି। ଲେଭଲ୧ ରେ ନାଇଟ କର୍ଫ୍ୟୁ ଲାଗୁ କରାଯିବ । ଲେଭଲ ୨ ଓ ୩ରେ ନାଇଟ କର୍ଫ୍ୟୁ ସହ ସପ୍ତାହକ ସଟଡାଉନ ମଧ୍ୟ ଲାଗୁ କରାଯିବ। ଲେଭଲ ୪ରେ ସବୁ ସ୍ଥାନରେ କର୍ଫ୍ୟୁ ଲାଗୁ କରାଯିବ। ଏହି ସବୁ ସମୟରେ ସ୍କୁଲ,କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ସହ ଧାର୍ମିକ ଅନୁଷ୍ଠାନ ଖୋଲା ରହିବ । କିନ୍ତୁ ଶ୍ରଦ୍ଧାଳୁ ମାନଙ୍କୁ ଅନୁମତି ମିଳିବ ନାହିଁ। ଏହି ସମୟରେ ଅନ୍ୟ ସମସ୍ତ ମଧ୍ୟ ବନ୍ଦ ରହିବ। ବୈବାହିକ କାର୍ଯ୍ୟରେ ନିୟମ ଲାଗୁ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.