ଗଜପତି: ବାଦପୁର ଘାଟିରେ ୫୦ ଫୁଟ ତଳକୁ ଖସିଲା ଟ୍ରକ, ଡ୍ରାଇଭର ଆହତ

ଡ୍ରାଇଭର ଆନ୍ଧ୍ରପ୍ରଦେଶ ଚିପୁରୁପଲ୍ଲୀ ର ପାଲାଦାରି ନାଗରାଜୁ ଆହତ ହୋଇ ପାରଳାଖେମୁଣ୍ଡି ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଘାଟି ଗଡୁଥିବା ସମୟରେ ବ୍ରେକ ଫେଲ ହୋଇଯିବାରୁ ସିମେଣ୍ଟ ବୋଝେଇ ଗାଡିଟି ୫୦ଫୁଟ ତଳକୁ ଖସି ପଡିଥିଲା

ମୋହନା(କେନ୍ୟୁଜ୍): ଆର.ଉଦୟଗିରି ଥାନା ଅନ୍ତର୍ଗତ ବାଦପୁର ଘାଟିରେ ଆଜି ସକାଳେ ଏକ ସିମେଣ୍ଟ ବୋଝେଇ ଟ୍ରକ ଦୁର୍ଘଟଣା ଘଟିଛି । ୧୮ଚକିଆ ଗାଡିଟି ବିଶାଖାପାଟନମ୍ ଠାରୁ ଆର.ଉଦୟଗିରି ବ୍ଲକର କୁଆଁପଡା ଥିବା ସାରଳା କନଷ୍ଟ୍ରକସନ୍ କୁ ଯାଉଥିଲା।   ତେବେ ପ୍ରକଳ୍ପ ନିକଟରେ ପହଞ୍ଚିବାର ୨୨ କିଲୋମିଟର ପୂର୍ବରୁ ବାଦପୁର ଘାଟିରେ ଦୁର୍ଘଟଣା ଗ୍ରସ୍ତ ହୋଇଛି।

ଡ୍ରାଇଭର ଆନ୍ଧ୍ରପ୍ରଦେଶ ଚିପୁରୁପଲ୍ଲୀ ର ପାଲାଦାରି ନାଗରାଜୁ ଆହତ ହୋଇ ପାରଳାଖେମୁଣ୍ଡି ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଘାଟି ଗଡୁଥିବା ସମୟରେ ବ୍ରେକ ଫେଲ ହୋଇଯିବାରୁ ସିମେଣ୍ଟ ବୋଝେଇ ଗାଡିଟି ୫୦ଫୁଟ ତଳକୁ ଖସି ପଡିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.