Below header

ଓକିଲଙ୍କ ଆନ୍ଦୋଳନ ଯୋଗୁ ବିଚାର ବିଭାଗ କାର୍ଯ୍ୟ ପ୍ରଭାବିତ ହେଉଛି: ସମସ୍ୟାର ସମାଧାନ ପାଇଁ କମିଟି ଗଠନ କରିବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

ଓକିଲଙ୍କସମସ୍ୟାର ସମାଧାନ ପାଇଁ ପ୍ରତି ରାଜ୍ୟର ହାଇକୋର୍ଟ ଏକ କମିଟି ଗଠନ କରି ଅଭିଯୋଗ ଓ ସମସ୍ୟାର ସମାଧାନ କରିବାକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

କେନ୍ୟୁଜ୍(ବ୍ୟୁରୋ): ଓକିଲଙ୍କ ଆନ୍ଦୋଳନ ଯୋଗୁଁ ବିଚାର ବିଭାଗ କାର୍ଯ୍ୟ ପ୍ରଭାବିତ ହେଉଛି । ସେମାନଙ୍କ ସମସ୍ୟାର ସମାଧାନ ପାଇଁ ପ୍ରତି ରାଜ୍ୟର ହାଇକୋର୍ଟ ଏକ କମିଟି ଗଠନ କରି ଅଭିଯୋଗ ଓ ସମସ୍ୟାର ସମାଧାନ କରିବାକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବାର୍‌ ସଦସ୍ୟମାନେ ଆନ୍ଦୋଳନରେ ଯିବା ପରିବର୍ତ୍ତେ ଉପଯୁକ୍ତ ଫୋରମରେ ନିଜ ଦାବି ଉପସ୍ଥାପନ କରିବା ଉଚିତ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି । ଜଷ୍ଟିସ୍‌ ଏମ୍‌ଆର ଶାହ ଓ ଜଷ୍ଟିସ୍‌ ଏ. ଅମାନୁଲ୍ଲାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି କି ବାର୍‌ ସଦସ୍ୟମାନଙ୍କର କୌଣସି ଅଭିଯୋଗ ଥିଲେ ସେମାନେ ଉଚିତ ଫୋରମ୍‌ ଜରିଆରେ ଆସିବା ଦରକାର । ପ୍ରତ୍ୟେକ ହାଇକୋର୍ଟରେ ଏକ ଅଭିଯୋଗ ଶୁଣାଣି ସେଲ୍‌ ରହିବ । ଯେଉଁଥିରେ ମୁଖ୍ୟ ବିଚାରପତି ଏବଂ ଦୁଇ ଜଣ ବରିଷ୍ଠ ଆଇନଜୀବୀ ରହିବେ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଖଣ୍ଡପୀଠ ଆହୁରି କହିଛନ୍ତି କି କୌଣସି ବାର୍‌୍‌ର ସଦସ୍ୟ ଆନ୍ଦୋଳନ କରି ପାରିବେ ନାହିଁ ବୋଲି କୁହାଯାଇଥିଲା । ଏହା ସତ୍ତ୍ୱେ ଏଭଳି ଘଟଣା ଘଟୁଛି । ତେଣୁ ସଦସ୍ୟଙ୍କ ପାଇଁ ଅଭିଯୋଗ କରିବାର ଏକ ଫୋରମ୍‌ ରହିଲେ ତାର ସମାଧାନ କରାଯାଇ ପାରିବ । ଉତ୍ତରାଖଣ୍ଡର ୩ଟି ଜିଲ୍ଲା ବାର୍‌ ଆସୋସିଏସନ୍‌ ପ୍ରତି ଶନିବାର ଆନ୍ଦୋଳନ କରୁଥିବା ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.