Below header

ଜମ୍ମୁ କଶ୍ମୀରରେ ଜଳିଗଲା ସେନା ଟ୍ରକ, ୪ ଯବାନ ସହିଦ

ଜମ୍ମୁ କଶ୍ମୀରରେ ସେନା ଟ୍ରକରେ ଲାଗିଲା ନିଆଁ । ୪ ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ପୁଞ୍ଛ ଜାତୀୟ ରାଜପଥରେ ଏହି ଘଟଣା ହୋଇଥିବା ସୂଚନା ମିଳିଛି ।

ଜମ୍ମୁ କଶ୍ମୀରରେ ଜଳିଗଲା ସେନା ଟ୍ରକ । ଫଳରେ ୪ ଜଣ ଯବାନ ସହିଦ ହୋଇଛନ୍ତି । ଅନେକ ଆହତ ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣାଟି ପୁଞ୍ଛର ଜାତୀୟ ରାଜପଥ ଉପରେ ସେନା ଗାଡିରେ ନିଆଁ ଲାଗିଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ପୋଲିସ ଏବଂ ସେନା ଅଧିକାରୀ ଉପସ୍ଥିତ ରହିଛନ୍ତି ।

ତେବେ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଏହି ଦୁର୍ଘଟଣା ଭାଟୁଡୁୟାନ ଅଞ୍ଚଳରେ ଘଟିଛି । ବର୍ତ୍ତମାନ ମାମଲାର ତଦନ୍ତ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.