ଶୋଇଥିବା ବେଳେ ଘର ଉପରେ ଚଢ଼ିଗଲା ଟ୍ରକ୍‌, ତିନି ଗୁରୁତର

କେନ୍ଦୁଝର : ଶୋଇ ଥିବା ଅବସ୍ଥାରେ ଘର ଉପରେ ଚଢ଼ିଗଲା ଟ୍ରକ୍‌, ତିନି ଗୁରୁତର। ସମସ୍ତ ଗୁରୁତରଙ୍କୁ କେନ୍ଦୁଝର ଡାକ୍ତରଖାନାରେ ଭର୍ତି କରାଯାଇଛି । ଗୁରୁତରମାନେ ହେଉଛନ୍ତି , ମହେଶ୍ୱର ପାତ୍ର, ଜୟନ୍ତୀ ପାତ୍ର ଓ ଝିଅ ହରପ୍ରିୟା ପାତ୍ର  ।

ମିଳିଥିବା ସୂଚନା ମୁତାବକ ଗତକାଲି ରାତି ପାଖାପାଖି ୩:୩୦ମିନିଟ ରେ ହଠାତ ଏକ ଟ୍ରକ ଭାରସାମ୍ୟ ହରାଇ ଘର ଭିତରେ ଆସି ପଶିଯିବା ସହ ଓଲଟି ପଡିଥିଲା । ଯାହାଫଳରେ କାନ୍ଥ ପଡି ବାପା ମା ଓ ଝିଅ ଆହତ ହୋଇଥିଲେ । ସେମାନଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଡାକ୍ତରଖାନାରେ ଭର୍ତି କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.