Below header

ଅସାବଧାନତା ହିଁ ଆଣିଦେଲା ମୃତ୍ୟୁ,  ନିଜ ଟ୍ରକ ତଳେ ଚାପି ହୋଇ ଚାଲିଗଲା ମାଲିକଙ୍କ ଜୀବନ

ଭୁବନେଶ୍ବର(କେନ୍ୟୁଜ୍):  ନିଜ ଟ୍ରକ୍‌ ତଳେ ଚାପି ହୋଇ ଚାଲିଗଲା ମାଲିକଙ୍କ ଜୀବନ। ସମାନ୍ୟ ଅସାବଧାନତା ପାଇଁ ଚାଲିଗଲା ଟ୍ରକ ମାଲିକଙ୍କ ଜୀବନ। ଗତକାଲି ଏଭଳି ଏକ  ମର୍ମନ୍ତୁଦ ଘଟଣା ଘଟିଛି  ରାଜଧାନୀର ପଳାଶୁଣୀ ଛକରେ । ମୃତକ ହେଲେ, ରସୁଲଗଡ଼ର ଟ୍ରକ ମାଲିକ ଅରୁଣ ମଲ୍ଲିକ। ଖବର ପାଇ ମଞ୍ଚେଶ୍ବର ଥାନା ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଟ୍ରାଫିକ୍‌ ନିୟନ୍ତ୍ରଣ କରିଥିଲା। ଦୁର୍ଘଟଣାଗ୍ରସ୍ତ ଦୁଇ ଗାଡିକୁ ପୋଲିସ ଜବତ କରି ତଦନ୍ତ ଆରମ୍ଭ କରିଛି। ଟ୍ରକ୍‌ର ଚାଳକ ଫେରାର୍‌ ଅଛି। ଖୁବ୍‌ଶୀଘ୍ର ତାକୁ ଗିରଫ କରାଯିବ ବୋଲି ମଞ୍ଚେଶ୍ବର ଥାନା ପୋଲିସ କହିଛି।

ସୂଚନା ମୁତାବକ  ଏକ ଭଡ଼ା ବାବଦରେ ଟ୍ରକ ଡ୍ରାଇଭରକୁ  ସୂଚନା ଦେବା ପାଇଁ ଅରୁଣ ପଳାସୁଣି ଛକ ଆସିଥିଲେ। ଟ୍ରକ୍‌ଟି ଚାଲୁଥିବା ଅବସ୍ଥାରେ ସେ ଚାଳକ ସହ କଥା ହୋଇଥିଲେ। କଥା ସରିବା ପରେ ଟ୍ରକ୍‌କୁ ଅତିକ୍ରମ କରି ଘରକୁ ଫେରିଯିବାକୁ ଚେଷ୍ଟା କରିବା ବେଳେ ଅସାବଧାନତା ଯୋଗୁଁ ପଡ଼ି ଯାଇଥିଲେ। ସେହି ସମୟରେ ଚାଳକର ଅନ୍ୟମନସ୍କତା ଯୋଗୁଁ ଟ୍ରକ୍‌ଟି ତାଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳ‌ରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ଅରୁଣ ସେତେବେଳେକୁ ମୁଣ୍ଡରେ  ହେଲମେଟ ମଧ୍ୟ ପିନ୍ଧିନଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.