Below header

ଢ଼େଙ୍କାନାଳରେ ଆକ୍ଟିଭା ଗାଡିକୁ ଧକ୍କା ଦେଲା ୧୦ ଚକିଆ ଟ୍ରକ : ମହିଳା ମୃତ

ଢ଼େଙ୍କାନାଳ : ଟାଉନ ଥାନା ଅନ୍ତର୍ଗତ ୫୫ନଂ ଜାତୀୟ ରାଜପଥ ମହିଷାପାଟ ଛକ ନିକଟରେ ଆକ୍ଟିଭା ଗାଡିକୁ ପଛପଟୁ ଧକ୍କା ଦେଇଥିଲା ୧୦ ଚକିଆ ଟ୍ରକ। ଆକ୍ଟିଭା ଗାଡିରେ ବସିଥିବା ମହିଳା ଜଣକ ପଡି ଯିବାରୁ ଟ୍ରକଟି ତାଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ମହିଳା ଜଣଙ୍କୁ ଉଦ୍ଧାର କରି ଢ଼େଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣାରେ ମାୟାଧର ସାମାନ୍ୟ ଆହତ ହୋଇଥିଲେ। ସୂଚନା ମୁତାବକ ଆଠଗଡ ଚାଇଁପୁର ଗ୍ରାମର ମାୟାଧର ସାହୁଙ୍କ ସ୍ତ୍ରୀ ନିଆସୀ ସାହୁ (୩୫ ବର୍ଷ)ଙ୍କୁ ଗାଡିରେ ନେଇ ଗ୍ରାମରୁ ଅଙ୍କରାନ୍ତିପୁର ଗ୍ରାମକୁ ନିଜ ସମ୍ପର୍କୀୟ ଘରକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.