Below header

ଆସନ୍ତା ବର୍ଷ ଠାରୁ ଆଧାର କାର୍ଡ଼ରେ ଠିକଣା ବଦଳାଇବା ସହଜ ହେବ

ଆଧାର କାର୍ଡ଼ରେ ଠିକଣା ବଦଳାଇବା ଆସନ୍ତା ବର୍ଷ ଠାରୁ ସହଜ ହେବ । ବିଶେଷ କରି ବିଭିନ୍ନ ସହରରେ ଭଡ଼ା ଘରେ ରହୁଥିବା ଲୋକଙ୍କ ସୁବିଧା ପାଇଁ ଏହି ବ୍ୟବସ୍ଥା କରାଯାଉଛି । ୟୁନିକ୍‌ ଆଡେଣ୍ଟିଫିକ୍ସେନ୍‌ ଅଥରିଟି ଅଫ୍‌ ଇଣ୍ଡିଆ (ୟୁଆଇଡିଏଆଇ)ର ସୂଚନା ଅନୁଯାୟୀ, ଏଭଳି ବ୍ୟକ୍ତମାନଙ୍କୁ ଚିଠି ଜରିଆରେ ଏକ ପାସଓ୍ଵାର୍ଡ଼ ଦିଆଯିବ । ସେହି ପାସ୍‌ଓ୍ଵାର୍ଡ଼ ଜରିଆରେ ସେମାନେ ଅନଲାଇନ୍‌ରେ ଠିକଣା ବଦଳାଇ ପାରିବେ । ଆସନ୍ତା ବର୍ଷ ଜାନୁଆରୀରୁ ଏହାର ପାଇଲଟ୍‌ ପ୍ରୋଜେକ୍ଟ ଆରମ୍ଭ ହେବ । ୨୦୧୯ ଏପ୍ରିଲ ପହିଲାରୁ ଏହାକୁ ଲାଗୁ କରାଯିବ । ବର୍ତ୍ତମାନ ଆଧାର କେନ୍ଦ୍ର ଯାଇ କିମ୍ବା ଅନଲାଇନ୍‌ରେ ଠିକଣା ବଦଳାଇବାକୁ ପଡୁଛି । ତେବେ ନୂଆ ନିୟମରେ ଅନ୍‌ଲାଇନ୍‌ରେ ପ୍ରଥମେ ଠିକଣାର ଯାଞ୍ଚ କରାଯିବ । ଏହା ପରେ ଚିଠି ଜରିଆରେ ବର୍ତ୍ତମାନର ଠିକଣାରେ ସଂପୃକ୍ତ ବ୍ୟକ୍ତିଙ୍କୁ ଏକ ପାସ୍‌ଓ୍ଵାର୍ଡ଼ ପଠାଯିବ । ଏହା ପରେ ସେଲ୍‌ଫ ସର୍ଭିସ ପୋର୍ଟାଲକୁ ଯାଇ ସେହି ପାସ୍‌ଓ୍ଵାର୍ଡ଼ ଦେଇ ଠିକଣା ବଦଳାଇ ପାରିବେ । ଏହା ସହିତ ଆଧାର କେନ୍ଦ୍ରକୁ ଯାଇ ମଧ୍ୟ ପୂର୍ବ ଭଳି ଠିକଣା ବଦଳାଇ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.