ସାଇନା ବିଶ୍ୱ ବ୍ୟାଡମିଣ୍ଟନ୍ କ୍ୱାର୍ଟର ଫାଇନାଲରେ

ବେଜିଂ : ବିଶ୍ୱ ବ୍ୟାଡମିଣ୍ଟନ୍ ଚାମ୍ପିଅନ୍ସିପରେ ସାଇନା ନେହଓ୍ଵାଲଙ୍କ ଦମଦାର ପ୍ରଦର୍ଶନ । ପ୍ରଥମ ମହିଳା ଖେଳାଳି ଭାବେ ଅଷ୍ଟମ ଥର ବିଶ୍ୱ ଚାମ୍ପିଅନସିପ୍ର କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି ଭାରତର ସାଇନା ନେହଓ୍ଵାଲ । ସାଇନା ଆଜି ଇଣ୍ଡୋନେସିଆର ଇନ୍ତାନୋନଙ୍କୁ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ୨୧-୧୬, ୨୧-୧୯ରେ ହରାଇ କ୍ୱାର୍ଟରଫାଇାଲରେ ପହଞ୍ଚିଛନ୍ତି । ବିଶ୍ୱ ମାନ୍ୟତାରେ ସାଇନା ୧୦ ନମ୍ବର ଓ ଇନ୍ତୋନାନ୍ ୪ ନମ୍ବର ସ୍ଥାନରେ ଅଛନ୍ତି । କ୍ୱାର୍ଟରଫାଇନାଲ୍ ରାଉଣ୍ଡରେ ସାଇନାଙ୍କ ମୁକାବିଲା ହେବ ୨୦୧୬ ଅଲିମ୍ପିକ୍ ଚାମ୍ପିଅନ୍ କେରୋଲିନା ମାରିନଙ୍କ ସହ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.