Below header

ପ୍ରଥମ ଇନିଂସରେ ଟିମ୍ ଇଣ୍ଡିଆକୁ ଝଟକା : ୯ ରନରେ ଝଡ଼ିଲା ୩ ଓ୍ଵିକେଟ୍

ପ୍ରଥମ ଇନିଂସ୍ ଆରମ୍ଭରୁ ଇଂଲଣ୍ଡର ମିଡିୟମ ପେସ୍ ବୋଲର୍ ସାମୁଏଲ୍ କୁରାନ୍ ବଡ଼ ଝଟକା ଦେଇଛନ୍ତି ଟିମ୍ ଇଣ୍ଡିଆକୁ । ପ୍ରଥମ ୫୦ ରନ୍ ପର୍ୟ୍ୟନ୍ତ ଦୁଇ ଓପ୍ନର ମୁରଲୀ ବିଜୟ ଓ ଶିଖର ଧବନ ବେଶ୍ ସତର୍କତାର ସହ ଇନିଂସକୁ ଆଣିଥିଲେ । ହେଲେ ମଧ୍ୟମଗତି ବୋଲର କୁରାନ୍ ଆସି ଖେଳର ମୋଡ଼ ବଦଳାଇ ଦେଲେ । ଆଉ ୯ ରନ୍ ଭିତରେ ଝଡ଼ିଗଲା ଭାରତର ୩ଟି ପ୍ରମୁଖ ଓ୍ଵିକେଟ୍ । ପ୍ରଥମେ ବିଜୟ ୨୦ ରନ୍ କରି କୁରାନଙ୍କୁ ବଲରେ ଏଲ୍ବିଡବ୍ଲ୍ୟୁ ହେଲେ । ପରେ ନୂଆ ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ମାତ୍ର ୪ ରନ୍ କରି ତାଙ୍କ ବଲରେ କ୍ଲିନ୍ ବୋଲଡ୍ ହୋଇଥିଲେ । ଏହା ପୂର୍ବରୁ ମାତ୍ର ଗୋଟିଏ ଟେଷ୍ଟ ଖେଳିଥିବା କୁରାନଙ୍କୁ ତୃତୀୟ ଶିକାର ଥିଲେ ୨୬ ରନ୍ କରିଥିବା ଧବନ। ପ୍ରଥମ ଓ୍ଵିକେଟ୍ ଭାଗିଦାରୀରେ ୫୦ ରନ୍ ଯୋଡ଼ିବା ପରେ ୫୯ ରନ୍ ଭିତରେ ପଡ଼ିଥିଲା ଏହି ୩ଟି ଓ୍ଵିକେଟ୍ । ପୂର୍ବରୁ ଘରୋଇ ଇଂଲଣ୍ଡ ଦଳ ୨୮୭ ରନ୍ କରି ଅଲ୍ଆଉଟ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.