ବାଲେଶ୍ୱର: ଛାତ୍ରୀର ବେକ ଓ ପାପୁଲି କାଟି ଟ୍ୟୁସନ ମାଷ୍ଟର ଛୁ, ପୋଲିସର ତନାଘନା ଜାରି

ବାଲେଶ୍ୱର: ଛାତ୍ରୀର ବେକ କାଟି ଟ୍ୟୁସନ ମାଷ୍ଟର ଛୁ। ବାଲେଶ୍ୱର ଭୋଗରାଇ ଦେହୁର୍ଦ୍ଧା ଗାଁରେ ଘଟିଛି ଅଭାବନୀୟ ଘଟଣା । ଗାଁର ଭାରତ ନାଥଙ୍କ ପୁଅ ବିଶ୍ୱଜିତ ନାଥ ଗତ କାଲି ପ୍ରାୟ ରାତି ୯ଟାରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀଙ୍କୁ ଘରେ ଏକ ଧାରୁଆ ଅସ୍ତ୍ରରେ ବେକ ଓ ପାପୁଲି କାଟି ଫେରାର ହୋଇଯାଇଥିଲା । ଛାତ୍ରୀଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ପ୍ରଥମେ ବାଲେଶ୍ୱର ଓ ପରେ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ଏନେଇ ଭୋଗରାଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ଫେରାର ଟ୍ୟୁସନ ସାର୍‌ଙ୍କୁ ଖୋଜିବାକୁ ପୋଲିସର ତନାଘନା ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.