Below header

ବର୍ଷାକୁ ନିଜର କରିବେ ଟୁଙ୍ଗୁରୁ! ଭାଇରାଲ ହେଉଛି ଏହି ଅଡିଓ

ଭୁବନେଶ୍ୱର(କେନ୍ୟୁଜ): ଟୁଙ୍ଗୁରୁଙ୍କୁ ନେଇ ଆସିଛି ଏକ ନୂଆ ଷ୍ଟୋରି । ଧରା ପଡିଛି ଟୁଙ୍ଗୁରୁର ଆଉ ଏକ କାରନାମା । କଥା କଥାରେ ମିଛ କହୁଛି ଟୁଙ୍ଗୁରୁ। କ୍ଯାମେରା ଆଗରେ କରୁଛି ମିଛ ଅଭିନୟ । ଆଉ କ୍ଯାମେରା ପଛରେ ବର୍ଷାକୁ ନିଜର କରିବ ବୋଲି ଦେଉଛି କଥା।  ଯାହାର ଏକ ଅଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ଯେଉଁଥିରେ ବର୍ଷା ମିଛରେ କହୁଛନ୍ତି ଯେ ସେ ହାତ କାଟିଦେଇଛନ୍ତି, ଯାହାର ପ୍ରତିକ୍ରିୟାରେ ଟୁଙ୍ଗୁରୁ ପୁରା ଟେନସନ୍। ଟୁଙ୍ଗୁରୁ କହୁଛନ୍ତି ତୁ ହାତ ଯଦି କାଟିବୁ ମୁଁ ତୋ ପ୍ରାଣ ନେଇଯିବି। ତାପରେ ବର୍ଷା କହୁଛନ୍ତି ମୁଁ ଆଉ କାହା ପାଇଁ ବଞ୍ଚିବି…ମରିଯିବି। ଏକଥା ଶୁଣି ଟୁଙ୍ଗୁରୁ କହୁଛନ୍ତି ତୁ ମୋ ପାଇଁ ବଞ୍ଚିବୁ। ମୁଁ ତତେ ନେଇ ଆସିବି। ଟିକେ ଧର୍ଯ୍ଯ ରଖ। ଏଭଳି କଥାବାର୍ତ୍ତା ବେଶ୍ କିଛି ସମୟ ଧରି ଚାଲିଥିଲା ଉଭୟଙ୍କ ଭିତରେ।

ସୂଚନା ଥାଉକି, ଟୁଙ୍ଗୁରୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ଅଭିଯୋଗ ଆଣିଥିଲେ ବର୍ଷା । ଏପରିକି ସ୍ୱାମୀ ଓ ୨ ସନ୍ତାନଙ୍କୁ ଛାଡ଼ି ଟୁଙ୍ଗୁରୁଙ୍କୁ ବାହାହେବା ପାଇଁ ଭରତପୁର ଥାନାରେ ବସି ରହିଥିଲେ ଭାଉଜ ବର୍ଷା । ବର୍ଷାଙ୍କ ଘରେ କିଛିଦିନ ଧରି ରହିଥିଲେ ଟୁଙ୍ଗୁରୁ । ପରେ ପୋଲିସକୁ ମାମଲା ଯିବା ପରେ ପରସ୍ପର ପରସ୍ପରଙ୍କ ଉପରେ ଦୋଷ ଲଦାଲଦି ହୋଇଥିଲେ । ତେବେ ବର୍ତ୍ତମାନର ଏହି ଅଡିଓ ଭାଇରାଲ ହେବା ପରେ ବର୍ଷା ଟୁଙ୍ଗୁରୁଙ୍କ ଲଭ୍ ଷ୍ଟୋରି କେଉଁ ମୋଡ ନେଉଛି ଦେଖିବାକୁ ବାକି ରହିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.