ଖାଦ୍ୟକୁ ଚଟ୍‌ପଟା କରୁଥିବା ତେନ୍ତୁଳିର ବି ରହିଛି ଅନେକ ସାଇଡ୍‌ ଇଫେକ୍ଟ, ଏସବୁ ସମସ୍ୟା ଥିଲେ ଜମାରୁ ଛୁଅଁନ୍ତୁନି

ଚଟ୍‌ପଟା ସ୍ୱାଦ ଓ ଖଟା ପଣ ପାଇଁ ଲୋକମାନେ ତେନ୍ତୁଳି ବ୍ୟବହାର କରିଥାନ୍ତି। ଖାସ୍‌ କରି ସୁପ୍‌ କିମ୍ବା କିଛି ଗ୍ରେଭିକୁ ଖଟା କରିବା ପାଇଁ ତେନ୍ତୁଳି ବ୍ୟବହୃତ ହୋଇଥାଏ। କିନ୍ତୁ ଏକ୍ସପର୍ଟଙ୍କ ମୁତାବକ, ତେନ୍ତୁଳିର ଅଧିକ ବ୍ୟବହାର ହାନିକାରକ ସାବ୍ୟସ୍ତ ହୋଇପାରେ। ଏକଥା ବୋଧେ ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ ଅଧିକ ମାତ୍ରାରେ ଖଟା ଜାତୀୟ ଜିନିଷ ଖାଇଲେ ଦାନ୍ତଜନିତ ସମସ୍ୟା ଦେଖାଯାଇପାରେ। ଦିନକୁ ମାତ୍ର ୧୦ ଗ୍ରାମ୍‌ ତେନ୍ତୁଳି ଖାଇବା ସୁରକ୍ଷିତ ହୋଇଥାଏ। କିନ୍ତୁ ତା’ ଠାରୁ ଅଧିକ ତେନ୍ତୁଳି ଶରୀର ଉପରେ କ୍ଷତିକାରକ ପ୍ରଭାବ ପକାଇପାରେ। ତେବେ ଆସନ୍ତୁ ଜାଣିବା ତେନ୍ତୁଳି ଖାଇବାର କୁପ୍ରଭାବ ସମ୍ପର୍କରେ…

ଦାନ୍ତ ସମସ୍ୟା ସୃଷ୍ଟି କରିପାରେ:

ତେନ୍ତୁଳିର ସ୍ୱାଦ ଅଧିକ ଖଟା ହୋଇଥାଏ। ଏଣୁ ଯଦି ଅଧିକ ତେନ୍ତୁଳି ଖାଉଛନ୍ତି ତେବେ ତାହା ଦାନ୍ତ କ୍ଷୟ କରିପାରେ। ମାତ୍ରାଧିକ ତେନ୍ତୁଳି ସେବନ ଯୋଗୁ ଦାନ୍ତର ଏନାମେଲ ନଷ୍ଟ ହୋଇପାରେ। ତେନ୍ତୁଳିରେ ଥିବାଏସିଡ୍‌ କମ୍ପୋନେଣ୍ଟ ଦାନ୍ତକୁ ନଷ୍ଟ କରିଥାଏ। ଫଳରେ ଦାନ୍ତର ଲୁକ୍‌ ବି ଖରାପ ହୋଇଯାଏ।

ହୋଇପାରେ ଆଲର୍ଜି:

ଅଧିକ ମାତ୍ରାରେ ଖଟା ତେନ୍ତୁଳି ଖାଇଲେ ଆଲର୍ଜି ହୋଇପାରେ। ଖଟା ଲାଗୁଥିବାରୁ ଅଧିକାଂଶ ଲୋକ ତେନ୍ତୁଳି ଖାଇଥାନ୍ତି। କିନ୍ତୁ ଅଧିକ ତେନ୍ତୁଳି ଖାଇଲେ କୁଣ୍ଡାଇ ହେବା, ମୁଣ୍ଡ ବୁଲାଇବା, ଅଚେତ ହେବା, ବାନ୍ତି ହେବା, ନିଃଶ୍ୱାସ ନେବାରେ ସମସ୍ୟା ହେବା ଆଦି ସମସ୍ୟା ଦେଖାଦେଇପାରେ।

ଏସିଡିଟି ସମସ୍ୟା:

ତେନ୍ତୁଳି ଏକ ଏସିଡ୍‌ କରାଉଥିବା ଫଳ। ତେନ୍ତୁଳି ଖାଇବା ଦ୍ୱାରା ଗ୍ୟାଷ୍ଟ୍ରୋ ଇଣ୍ଟେଷ୍ଟାଇନଲ ଟ୍ରାକ୍ଟରେ ଏସିଡ୍‌ର ସ୍ତର ବଢ଼ିଥାଏ। ଫଳରେ ପାଚନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇଥାଏ।

କାମ ଦେଇନଥାଏ ମେଡିସିନ୍‌:

କୌଣସି ମେଡିସିନ୍‌ ଖାଉଥିଲେ ତେନ୍ତୁଳି ଖାଇବାରୁ ବିରତ ରୁହନ୍ତୁ। କାରଣ ଏହା ମେଡିସିନ୍‌ର ପ୍ରଭାବକୁ କମ୍‌ କରିଥାଏ। ତେଣୁ କୌଣସି ମେଡିସିନ୍‌ ଖାଉଥିଲେ, ତେନ୍ତୁଳି ଖାଆନ୍ତୁ ନାହିଁ।

ସୁଗାର ଲେବଲ କମାଇ ଦିଏ:

ଅଧିକ ତେନ୍ତୁଳି ସେବନ କଲେ, ବ୍ଲଡ ସୁଗାର ସ୍ତର କମ୍‌ ହୋଇଥାଏ। ସୁଗାର ରୋଗୀ ଯଦି ପ୍ରଥମରୁ ହିଁ ଡାଇବେଟିସ୍‌ର କୌଣସି ଔଷଧ ଖାଉଛନ୍ତି ତେବେ ତେନ୍ତୁଳି ଖାଆନ୍ତୁ ନାହିଁ।

Also Read: କଣ୍ଟେନରରୁ ମିଳିଲା ୪୬ ଜଣଙ୍କ ମୃତ ଦେହ, ଗରମରେ ସିଝିଯାଇଛି ସମସ୍ତଙ୍କ ଦେହ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.