ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଧାରଣାରେ ଅଟକିଗଲା ଟ୍ରକ, ଦ୍ରୁତଗତିରେ ଆସି ଧକ୍କା ଦେଲା ଟ୍ରେନ : ୪୬ ମୃତ

ଆମେରିକାରେ ଗତରାତିରେ ଏକ ଭୟଙ୍କର ରେଳ ଦୁର୍ଘଟଣା ଘଟିଛି। ଦ୍ରୁତଗତିରେ ଯାଉଥିବା ପାସେଞ୍ଜର ଟ୍ରେନ ଫାଟକରେ ଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା। ଯେଉଁଥିରେ ୪୬ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲା। ପୋଲିସ ଏହି ମାମଲାର ଯାଞ୍ଚ କରୁଛି।

ପୋଲିସ ମୁତାବକ, ସୋମବାର ରାତିରେ ଏକ ପାସେଞ୍ଜର ଟ୍ରେନ ଆମେରିକାର ଲସ ଏଞ୍ଜେଲସର ସିକାଗୋ ଯାଉଥିଲା। ମସୁରୀ ଅଞ୍ଚଳରେ ରେଳ ଫାଟକରେ ଖରାପ ହୋଇ ବନ୍ଦ ପଡିଥିବା ଟ୍ରକକୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରରେ ଥିବା ଯେ, ଟ୍ରକର ଚକା ଉଡିଯାଇଥିଲା। ଏହାସହିତ ଟ୍ରେନଟି ଲାଇନଚ୍ୟୁତ ହୋଇଥିଲା।

ପୋଲିସ ପ୍ରବକ୍ତା କହିବାନୁଯାୟୀ, ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ହସପିଟାଲ ୬ଟି ହେଲିକପ୍ଟର ଯୋଗେ ନିଆଯାଇଥିଲା। ଆହତଙ୍କୁ ସାହାଯ୍ୟ କରିବା ପାଇଁ ଅଗ୍ନିଶମ ବିଭାଗ, ପୋଲିସ, ଆମ୍ବୁଲାନ୍ସ, ମେଡିକାଲ, ହେଲିକପ୍ଟର ସର୍ଭିସ ସମେତ ୨୦ରୁ ଅଧିକ ଏଜେନ୍ସୀ ଘଟଣାସ୍ଥଳରେ ପହଞ୍ଚିଥିଲା।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.