ବିଏମସି କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗର ଚିଠି, ରାଜଧାନୀରେ ଟିକାକରଣ ଉତ୍ସାହଜନକ ନଥିବା ଉଲ୍ଲେଖ

ଭୁବନେଶ୍ୱର(କେନ୍ୟୁଜ): ବିଏମସି କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗର ଚିଠି । ବିଏମସିରେ ଟିକାକରଣ ଉତ୍ସାହଜନକ ନଥିବା ଚିଠିରେ ଉଲ୍ଲେଖ କରାଯାଇଛି । ଧିରେ ଧିରେ ବଢି ଚାଲିଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା । ଏଣୁ ଟିକାକରଣ ଉପରେ ଗୁରୁତ୍ୱ ଦେବାକୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ । ୧୨ରୁ ୧୪ ବର୍ଷ ବୟସ ବର୍ଗର ୪୨ ହଜାର ୨୭ ଜଣଙ୍କୁ ଟିକାକରଣ କରିବାର ଥିଲା । କିନ୍ତୁ ଆଜିଯାଏ ମାତ୍ର ୧୬ ହଜାର ୬୨୭ ପ୍ରଥମ ଡୋଜ୍‌ ନେଇଛନ୍ତି । ମାତ୍ର ୩୯ ପ୍ରତିଶତ ଲକ୍ଷ ପୂରଣ ହୋଇଛି ।

ସେହିପରି ୧୫ରୁ ୧୭ ବର୍ଷ ବୟସ ବର୍ଗର ୬୨ ହଜାର ୬୮୦ ଜଣଙ୍କୁ ଟିକାକରଣ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ନେଇଛନ୍ତି ମାତ୍ର ୫୦ ହଜାର ୬୫୧। ସବୁଠାରୁ ନୈରାଶ୍ୟଜନକ ହୋଇଛି ପ୍ରିକସନ୍‌ ଡୋଜ୍‌ । ଆଜିଯାଏ ୯୯୩ ଜଣ ସ୍ୱାସ୍ଥ୍ୟକର୍ମୀ, ୧୬ ହଜାର ୮୦୪ FLW ପ୍ରିକସନ୍‌ ଡୋଜ୍‌ ନେଇଛନ୍ତି। ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ମାତ୍ର ୬୬ ହଜାର ୧୬୪ ଜଣ ପ୍ରିକସନ୍‌ ଡୋଜ ନେଇଛନ୍ତି । ଏ ସମସ୍ତ ଦିଗ ଉପରେ ନଜର ରଖିବାକୁ ଚିଠି ମାଧ୍ୟମରେ ତାଗିଦ୍‌ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗ ପ୍ରିନସିପାଲ ସେକ୍ରେଟାରୀ ନିକୁଞ୍ଜ ବି ଧଳ । ଏବେ ଭୁବନେଶ୍ୱରରେ ୨୪ଟି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରୋର ଟିକାକରଣ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.