Below header

ଝାରପଡା ଜେଲରେ ରାତି କାଟିଛନ୍ତି ଟୁଟୁ ନାୟକ, ସକାଳୁ ଉପମା ସହ ଘୁଗୁନି ଆଉ ଚା ପିଇଛନ୍ତି

ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି। ଆସନ୍ତାକାଲି ତାଙ୍କର ଜାମିନ ନେଇ ଶୁଣାଣି ହେବ। ପ୍ରାୟ ୩ଘଣ୍ଟା ପଚରାଉଚରା ପରେ ଗିରଫ କରିଥିଲା ଭୁବନେଶ୍ବର ଖାରବେଳ ନଗର ଥାନା ପୋଲିସ।

ଭୁବନେଶ୍ବର(କେନ୍ୟୁଜ୍): ଝାରପଡ଼ା ଜେଲରେ ସିନେ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ ନାୟକ। ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି। ଆସନ୍ତାକାଲି ତାଙ୍କର ଜାମିନ ନେଇ ଶୁଣାଣି ହେବ। ପ୍ରାୟ ୩ଘଣ୍ଟା ପଚରାଉଚରା ପରେ ଗିରଫ କରିଥିଲା ଭୁବନେଶ୍ବର ଖାରବେଳ ନଗର ଥାନା ପୋଲିସ। ମହିଳା ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ଚାପୁଡ଼ା ମାରିଥିଲେ ସଞ୍ଜୟ ନାୟକ ଓରଫ ଟୁଟୁ। ଏନେଇ ଦେବସ୍ମିତା ଖାରବେଳ ନଗର ଥାନାରେ ଟୁଟୁଙ୍କ ନାଁରେ ଅଭିଯୋଗ କରିଥିଲେ। ଘଟଣା ସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜ ଏବଂ ଦେବସ୍ମିତାଙ୍କ ବୟାନ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।

ଥାନାରେ ହାଜର ହେବାକୁ ଟୁଟୁଙ୍କୁ ପୋଲିସ ନୋଟିସ ଜାରି କରିଥିଲା।ସର୍ବସାଧାରଣରେ ଜଣେ ମହିଳା ସାମ୍ବାଦିକାଙ୍କୁ ମାଡ଼ ନେଇ ତାଙ୍କ ବିରୋଧରେ ଲାଗିଛି ସଙ୍ଗୀନ ଦଫା। ମହିଳାଙ୍କୁ ଅସଦାଚରଣ ନେଇ ଆଇପିସିର ଧାରା ୩୫୪, ଅସଭ୍ୟ ଭାଷାରେ ଗାଳିଗୁଲଜ ନେଇ ଧାରା୨୯୪, କିଛି ସମୟ ପାଇଁ ଅଟକାଇବା ନେଇ ଧାରା ୩୪୧ ଓ ଆଘାତ ଦେବା ନେଇ ଧାରା ୩୨୩ରେ ଗିରଫ ହୋଇଛନ୍ତି ଟୁଟୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.