Below header

ଯନ୍ତା ବସାଇ ନୂଆପଡ଼ାରେ ଆତଙ୍କ ଖେଳାଇଥିବା ବାଘକୁ ଧରିଲା ବନବିଭାଗ

ଗାଁର ଏକ ଘରେ ଲୁଚି ରହିଥିଲା କଲରାପତରିଆ ବାଘ। ଏହାପରେ ବନବିଭାଗ ଯନ୍ତା ବସାଇ ତାକୁ କାବୁ କରିଥିଲା। ଧରମବନ୍ଧା ଥାନା କୋଦୋପାଲି ଗାଁରେ ଆତଙ୍କ ଖେଳାଇଥିଲା କଲରାପତରିଆ। ଜଣେ ମହିଳାଙ୍କୁ ଟାଣି ମାରି ଖାଇ ଦେଇଥିଲା।

ନୂଆପଡ଼ା(କେନ୍ୟୁଜ୍):କାବୁ ହେଲା ମଣିଷଖିଆ ବାଘ। ଯନ୍ତା ବସାଇ ନୂଆପଡ଼ାରେ ଆତଙ୍କ ଖେଳାଇଥିବା ବାଘକୁ ଧରିଛି ବନବିଭାଗ। ଏବେ ବାଘକୁ ନୂଆପଡ଼ା ବନବିଭାଗ କାର୍ଯ୍ୟାଳୟରେ ରଖାଯାଇଛି। ଆଜି ବାଘର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ।

ଗାଁର ଏକ ଘରେ ଲୁଚି ରହିଥିଲା କଲରାପତରିଆ ବାଘ। ଏହାପରେ ବନବିଭାଗ ଯନ୍ତା ବସାଇ ତାକୁ କାବୁ କରିଥିଲା। ଧରମବନ୍ଧା ଥାନା କୋଦୋପାଲି ଗାଁରେ ଆତଙ୍କ ଖେଳାଇଥିଲା କଲରାପତରିଆ। ଜଣେ ମହିଳାଙ୍କୁ ଟାଣି ମାରି ଖାଇ ଦେଇଥିଲା। କିଛି ଦିନ ପୂର୍ବରୁ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଜଣେ ୮ବର୍ଷର ଶିଶୁକୁ ବାଘ ଝାମ୍ପି ନେବା ବେଳେ ଗାଁଲୋକ ଉଦ୍ଧାର କରିଥିଲେ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.