ଚବିଶି ଘଣ୍ଟାରେ ୨୫ ଲକ୍ଷ, କୋଭିଡ୍‌ କଟକଣା ଭାଙ୍ଗିଥିବା ଲୋକଙ୍କ ଠାରୁ ଏହି ଫାଇନ୍‌ ଆଦାୟ କରିଛି ପୋଲିସ୍‌

ଭୁବନେଶ୍ୱର : ଦେଶ ସହ ଏବେ ରାଜ୍ୟରେ ବି ବଢ଼ି ଚାଲିଲାଣି କୋଭିଡ ସଂକ୍ରମଣ । ସେହି ଦୃଷ୍ଟିରୁ ସରକାର କଟକଣା ମଧ୍ୟ ଲଗାଇଛନ୍ତି । ତେବେ ଲୋକଙ୍କର ଯେମିତି ଏସବୁ କଟକଣାକୁ ଖାତିର ନାହିଁ । ଯାହାଫଳରେ ପୋଲିସ୍‌ ଆହୁରି କଡ଼ାକଡ଼ି ଭାବେ ନିୟମକୁ ଲାଗୁ କରିଛି । ତେଣୁ ଗତ ୨୪ ଘଣ୍ଟାରେ ପୋଲିସ୍‌ ସାଧାରଣ ଲୋକଙ୍କ ଠାରୁ ୨୫ ଲକ୍ଷ ୪୫ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରିଛି। ୭୧୪ଟି ଗାଡ଼ି ଜବତ ହୋଇଛି। ନିୟମ ଭାଙ୍ଗି ୧୨ ଜଣ ଗିରଫ ହୋଇଥିବା ବେଳେ ଗୋଟିଏ ମାମଲା ରୁଜୁ ହୋଇଛି। କେବଳ ୨ ତାରିଖ ସକାଳୁ ୩ ତାରିଖ ସକାଳ ମଧ୍ୟରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିଲା ।

ତେଣୁ ସରକାରଙ୍କ କୋଭିଡ କଟକଣା ମାନିବାକୁ ଓଡିଶା ପୋଲିସ ନିବେଦନ କରିଛି। ସୂଚନା ଥାଉ କି ନୂଆ ବର୍ଷ ପାଇଁ ଡିସେମ୍ବର ୩୧ରୁ ଜାନୁଆରୀ ୨ ତାରିଖ ଯାଏ ଉତ୍ସବ ପାଳନ, ପିକନିକ୍‌ ଆଦି ଉପରେ କଟକଣା ରହିଥିଲା । ସେହିପରି ଜାନୁଆରୀ ୧ରୁ ନାଇଟ୍‌ କଫ୍ୟୁର୍ ମଧ୍ୟ ଲାଗୁ କରାଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.