Below header

SCBରୁ ଡିସଚାର୍ଜ ହେଲା ଜଗା, ମେଡିକାଲରୁ ଫେରିବ ନିଜ ମାଟିକୁ

କେନ୍ୟୁଜ୍(ବ୍ୟୁରୋ):  ମେଡିକାଲରୁ ନିଜ ମାଟିକୁ ଫେରିବ ଜଗା । ଦୀର୍ଘ ୨ ବର୍ଷ ହେବ ଏସ୍‌ସିବି ଡାକ୍ତରଙ୍କ ତତ୍ୱାବଧାନରେ ରହିଥିବା ଜଗା କନ୍ଧମାଳ ଫେରିଯିବ । SCBରୁ ଡିସଚାର୍ଜ କରାଯାଇ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରାଯିବ । ଏଥିଲାଗି କନ୍ଧମାଳର ଏକ ୩ ଜଣିଆ ଡାକ୍ତରୀ ଟିମ୍‌ ଏସ୍‌ସିବିରେ ପହଞ୍ଚିଛନ୍ତି। ଟିମ୍‌ରେ ୨ଜମ ଡାକ୍ତର ଓ ଜଣେ ଫାର୍ମାସିଷ୍ଟ ଅଛନ୍ତି । ଏହି ଟିମ୍‌ ଏସ୍‌ସିବି ମେଡିକାଲ ଅଧିକ୍ଷକଙ୍କ ସହ ଆଲୋଚନା କରିଛନ୍ତି । ତେବେ ଆଲୋଚନା ପରେ ଜଗାର ସ୍ୱାସ୍ଥ୍ୟବସ୍ଥା ଠିକ ଥିବା କହିଛନ୍ତି । ଜଗାର ସମସ୍ତ ସ୍ୱାସ୍ଥ୍ୟ ଜନିତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯାଇଛି । ନିର୍ଦ୍ଦେଶ ଆସିବା ପରେ ଜଗାକୁ କନ୍ଧମାଳ ପଠାଯିବ ।

ସେଠାରେ ଫୁଲବାଣୀ ମେଡିକାଲରେ ଏକ ସ୍ୱତନ୍ତ୍ର କ୍ୟାବିନର ବ୍ୟବସ୍ଥା କରାଯିବ । ୨୦୧୭ରେ ଯୋଡା ମୁଣ୍ଡ ଜଗା-ବଳିଆଙ୍କୁ ଅଲଗା କରାଯିବା ପରେ ଦୁଇ ବର୍ଷ ତଳେ ଦୁଇ ଜଣଙ୍କୁ ଏମ୍‌ସରୁ ଏସ୍‌ସିବିକୁ ଅଣାଯାଇଥିଲା। ୨୦୧୯ ସେପ୍‌ଟେମ୍ବରରେ ଏସ୍‌ସିବିରେ ଭର୍ତ୍ତି ହୋଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତବର୍ଷ ବଳିଆର ମୃତ୍ୟୁ ହୋଇଥିଲା। କିନ୍ତୁ ଜଗା ସଂପୂର୍ଣ୍ଣ ସୁସ୍ଥ ଥିବା ଡାକ୍ତର କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.