କାର୍ତ୍ତିକ ଆର୍ଯ୍ୟନ୍‌ଙ୍କୁ କରୋନା, କହିଲେ, ‘ପଜିଟିଭ୍‌ ହୋଇଗଲି, ପ୍ରାର୍ଥନା କରନ୍ତୁ’

ବଲିଉଡ୍‌ର ରାଇଜିଂ ସୁପରଷ୍ଟାର କାର୍ତ୍ତିକ ଆର୍ଯ୍ୟନ୍‌ଙ୍କୁ କରୋନା। ତାଙ୍କ କୋଭିଡ୍‌ ରିପୋର୍ଟ ପଜିଟିଭ୍‌ ଆସିଛି। ଏ ନେଇ କାର୍ତ୍ତିକ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ଲେଖିଛନ୍ତି, ‘ପଜିଟିଭ୍‌ ହୋଇଗଲି, ପ୍ରାର୍ଥନା କରନ୍ତୁ’। କାର୍ତ୍ତିକ ପୋଷ୍ଟ କରିଥିବା ଫଟୋରେ ପଜିଟିଭ୍‌ ଚିହ୍ନ ଦେଖିବାକୁ ମିଳିଛି।

ନିକଟରେ କାର୍ତ୍ତିକ ଆର୍ଯ୍ୟନ୍‌ ଲାକ୍‌ମୀ ଫ୍ୟାଶନ ଓ୍ଵିକ୍‌ରେ ପ୍ରସିଦ୍ଧ ଫ୍ୟାଶନ ଡିଜାଇନର ମନୀଷ ମଲହୋତ୍ରାଙ୍କ ପାଇଁ ର‍୍ୟାମ୍ପ୍‌ ଓ୍ଵାକ୍‌ କରିଥିଲେ। ଏହି ସମୟରେ ସେ ଭୁଲ୍‌ ଭୁଲୈୟା ୨ ଫେମ୍‌ ତଥା ନିଜ କୋ-ଷ୍ଟାର କିଆରା ଆଡ୍‌ଭାଣୀଙ୍କ ସହ ନଜର ଆସିଥିଲେ।

କହି ରଖୁଛୁ, ଭୁଲ୍‌ ଭୁଲୈୟା ୨ର ନିର୍ଦ୍ଦେଶନା ଅନିସ୍‌ ବଜ୍‌ମୀ ଦେଇଛନ୍ତି। କୋଭିଡ୍‌ ଯୋଗୁ ଫିଲ୍ମ ଶୁଟିଂରେ ଅନେକ ଥର ବିଳମ୍ବ ଘଟିଛି। ଲକ୍‌ଡାଉନ ଶେଷ ହେବା ପରେ ପୁଣିଥରେ ଫିଲ୍ମର କାମ ଆରମ୍ଭ ହୋଇଛି। ଭୁଲ୍‌ ଭୁଲୈୟା ୨ ହେଉଛି ୨୦୦୭ର ହରର୍‌ କମେଡି ଭୁଲ୍‌ ଭୁଲୈୟାର ସୀକ୍ୱେଲ। ଏହାବ୍ୟତୀତ କାର୍ତ୍ତିକ ଆର୍ଯ୍ୟନ୍‌ ନେଟ୍‌ଫ୍ଲିକ୍ସ ଫିଲ୍ମ ଧମାକାରେ ବି ନଜର ଆସିବେ। ଏହି ଫିଲ୍ମର ଟିଜର କିଛିଦିନ ତଳେ ରିଲିଜ୍‌ ହୋଇଥିଲା, ଯେଉଁଥିରେ ତାଙ୍କୁ ଖୁବ୍‌ ପସନ୍ଦ କରାଯାଇଥିଲା।

 

View this post on Instagram

 

A post shared by KARTIK AARYAN (@kartikaaryan)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.