Below header

ଏବେବି ରହିଛି ଦୁନିଆରେ ନାରୀଙ୍କ ପାଇଁ ଏହି ଯନ୍ତ୍ରଣାଦାୟକ ପ୍ରଥା, ଜାଣି ନିଅନ୍ତୁ ସେହି ସବୁ ସ୍ଥାନ

ଆଧୁନିକ ଯୁଗରେ ନାରୀଙ୍କୁ ସମ୍ମାନ ଦେବାପାଇଁ ନିୟମ କାନୁନ ତିଆରି ହୋଇଛି। ନାରୀ ଏବେ କୌଣସି ଗୁଣରେ ପୁରୁଷଙ୍କଠୁ କମ୍‌ ନୁହେଁ। ପୁରୁଷ ସହ ସମକକ୍ଷ ହୋଇ ନାରୀ ଏବେ ସମାଜରେ ମୁଣ୍ଡ ଟେକି ବଞ୍ଚୁଛି। ମାତ୍ର ଆଜିବି ଦୁନିଆରେ ଏପରି କିଛି ସ୍ଥାନ ଅଛି ଯେଉଁଠି ଶହଶହ ବର୍ଷର କୁପ୍ରଥା ଓ ପରମ୍ପରା ପ୍ରଚଳିତ ହେଉଛି। ଯାହାର ବିଜ୍ଞାନ ସହିତ କୌଣସି ସାମଞ୍ଜସ୍ୟ ନାହିଁ। ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ରଥା ସଂପର୍କରେ କହିବୁ ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଯଦ୍ୱାରା ନାରୀମାନେ ଅନେକ ଅତ୍ୟାଚାରର ସମ୍ମୁଖୀନ ହୁଅନ୍ତି।

ଦାନ୍ତରେ ବ୍ଲେଡ ଲଗାଇବା :

ଇଣ୍ଡୋନେସିଆର ସୁମତ୍ରାରେ ‘ମେଣ୍ଟୋବିନ୍ସ’ ଆଦିବାସୀ ମହିଳାଙ୍କ ଦାନ୍ତରେ ବ୍ଲେଡ ଲଗାଇବାର ପରମ୍ପରା ରହିଛି। ଏଥିରେ ମହିଳାଙ୍କ ସୁରକ୍ଷା ଏବଂ ହେଉଥିବା କଷ୍ଟକୁ ନଜରଅନ୍ଦାଜ କରାଯାଇଥାଏ। ସୁନ୍ଦର ହେବାପାଇଁ ଏଭଳି ଏକ ଅନ୍ଧବିଶ୍ୱାସକୁ ମାନି ମହିଳାଙ୍କ ଉପରେ ଅତ୍ୟାଚାର କରାଯାଇଥାଏ।

ମହିଳାଙ୍କୁ ମାଡ଼ ମାରିବା:

ବ୍ରାଜିଲର କିଛି ସ୍ଥାନରେ ଏମିତି ପରମ୍ପରା ରହିଛି ଯେଉଁଠି ମହିଳାଙ୍କୁ ରାସ୍ତାରେ ମାଡ଼ ମରାଯାଏ। ବେହୋସ୍‌ ହେବା ପର୍ଯ୍ୟନ୍ତ ଏହି ପ୍ରକିୟା ଜାରି ରୁହେ। ମହିଳାଙ୍କୁ ଏଠାରେ ପୁରୁଷଙ୍କ ଦୟାରେ ବଞ୍ଚିବା ରହିବା ପାଇଁ ଏହି କୁପ୍ରଥା ପାଳନ କରାଯାଇଥାଏ।

taboo21
pc: the federal news

ମହିଳାଙ୍କୁ କିଡନାପ୍‌ କରି ବିବାହ କରିବା:

ରୋମାନି ଜିିପ୍ସିରେ ଏକ ବିଚିତ୍ର ଧରଣର ପରମ୍ପରା ରହିଛି। ଏଠାରେ ଝିଅଙ୍କୁ କିଡନାପ୍‌ କରିବାକୁ ଠିକ କାମ ବୋଲି ମନାଯାଏ। ୩ ରୁ ୪ଦିନ ଧରି ଝିଅଙ୍କୁ ବନ୍ଧକ ବନାଇବା ପରେ ତାଙ୍କ ସହ ବିବାହ କରିଥାନ୍ତି।

ପେଟ ଓ ପିଠିରେ ଟାଟୁ କରିବା:

ପ୍ରାଗେ୍ଵ ଓ ବ୍ରାଜିଲରେ ଝିଅମାନଙ୍କର ପେଟ ଓ ପିଠିରେ ଟାଟୁ କରାଯାଏ। ବିଶ୍ୱାସ ରହିଛି ଯେ ଏହା କରିବା ଦ୍ୱାରା ଝିଅମାନଙ୍କର ବିବାହରେ କୌଣସି ସମସ୍ୟା ଉପୁଜେ ନାହିଁ।

taboo214
pc: iran focus

ଆଜି ଭଳି ଆଧୁନିକ ଯୁଗରେ ଏଭଳି କୁପ୍ରଥା ଓ ପରମ୍ପରାକୁ ମାନିବା ଏକ ଲଜ୍ଜାଜନକ ବିଷୟ ଅଟେ। ଧର୍ମ ନାଁରେ ନାରୀଙ୍କ ପ୍ରତି ଏପରି ଅତ୍ୟାଚାର, କେତେଦୂର ଠିକ ଆପଣ ଥରେ ଭାବନ୍ତୁ। ନାରୀଙ୍କ ସୁରକ୍ଷା ସହିତ ସେମାନଙ୍କୁ ସୁସ୍ଥ ପରିବେଶରେ ବଞ୍ଚିବାର ଅଧିକାର ଅଛି। ତେଣୁ ଏଭଳି କୁପ୍ରଥାକୁ ମାନିବା ଅନୁଚିତ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.