କଟକ: ଗତିରାଉତ ପାଟଣା କୁକୁଡା ଫାର୍ମରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ୨୪ ଘଣ୍ଟାରେ ଦୁଇ ଅଭିଯୁକ୍ତ ଗିରଫ

କଟକ: ଗତିରାଉତ ପାଟଣା କୁକୁଡା ଫାର୍ମରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ୨ ଅଭିଯୁକ୍ତଙ୍କୁ ଗିରଫ କଲା ଚାଉଳିଆଗଞ୍ଜ ପୋଲିସ। ଅଭିଯୁକ୍ତ ଦୁଇ ଜଣ ସନ୍ତୋଷ ବେହେରା ଓ ରାକେଶ ରାଉତ। ୨୪ ଘଣ୍ଟା ମଧ୍ୟରେ ଗିରଫ କରାଯାଇଥିବାରୁ କଟକ ପୋଲିସଙ୍କୁ ପ୍ରଶଂସା କଲେ ପୋଲିସ କମିଶନର। ନାବାଳିକାକୁ ୨୨ ଦିନ ଧରି ଏକ ବନ୍ଦ କଠୋରୀରେ ରଖି ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା ।

ମଙ୍ଗଳବାର ବିଳମ୍ବିତ ରାତିରେ ଗତିରାଉତପାଟଣା ଅଞ୍ଚଳର ଏକ କୁକୁଡ଼ା ଫାର୍ମରୁ ନାବାଳିକାକୁ ଉଦ୍ଧାର କରିଥିଲା ଚାଉଳିଆଗଞ୍ଜ ଥାନା ପୋଲିସ । ନାବାଳିକା ଜଣକ ତାଙ୍କ ଭଉଣୀଙ୍କ ଘରକୁ ଆସିଥିଲେ । ସେଠାରେ ଭଉଣୀ ଭିଣୋଇଙ୍କ ଭିତରେ ଝଗଡା ଲାଗିବାରୁ ତାଙ୍କୁ ବଡ଼ ଭଉଣୀ ତିର୍ତ୍ତୋଲ ଘରକୁ ପଳାଇଯିବାକୁ କହିଥିଲେ ।

ନାବାଳିକା ଜଣକ ଓଏମ୍‌ପି ଛକରେ ଛିଡା ହୋଇଥିବା ସମୟରେ ଜଣେ ଯୁବକ ତାଙ୍କୁ ଘରେ ଛାଡ଼ି ଦେବାକୁ କହି ପ୍ରଥମେ ବାଦାମବାଡ଼ି ଓ ପରେ ଗତିରାଉତପାଟଣାର ଏକ କୁକୁଡ଼ା ଫାର୍ମକୁ ନେଇ ଯାଇଥିଲେ । ସେଠାରେ ଅନ୍ୟ ଜଣେ ଯୁବକ ସହିତ ମିଶି ନାବାଳିକାଙ୍କ ସହିତ ଦୁଷ୍କର୍ମ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.