Below header

ଦୁନିଆ କଣ ଜାଣିବା ଆଗରୁ ଅନାଥ ହୋଇଗଲେ ଦୁଇ ଶିଶୁ, ଆଗପଛ ହୋଇ ଚାଲିଗଲେ ବାପା ମା’

ଯାଜପୁର(କେନ୍ୟୁଜ୍): ମାସକ ମଧ୍ୟରେ ଆଗପଛ ହୋଇ ଚାଲିଗଲେ ପତି-ପତ୍ନୀ । ଦୁନିଆ କଣ ଜାଣିବା ଆଗରୁ ଅନାଥ ହୋଇଯାଇଛନ୍ତି ଦୁଇ ଶିଶୁ । ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଯାଜପୁର ବ୍ୟାସନଗର ପୌରାଞ୍ଚଳର ଭଟିଆ ଗାଁରେ । ମାସକ ତଳେ ଗ୍ରାମର ସନାତନ ମଲିକଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ଏବେ ତାଙ୍କ ପତ୍ନୀ କର୍କଟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି ।

ବାପା ମାଆ ଚାଲିଯିବା ପରେ ଅନାଥ ହୋଇ ଯାଇଛନ୍ତି ୬ ବର୍ଷର ପୁଅ ଓ ୧୦ ମାସର ଝିଅ । ଏହି ଖବର ଜଣାପଡିବା ପରେ ଏବେ ଶିଶୁଙ୍କ ନିକଟରେ ପହଞ୍ଚିଥିଲା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ । ଘଟଣାର ତଦନ୍ତ କରିଛନ୍ତି । ଜିଲ୍ଲାପାଳଙ୍କୁ ତଦନ୍ତ ରିପୋର୍ଟ ଦେବା ପରେ ଶିଶୁଙ୍କ ଥଇଥାନ ପାଇଁ ବନ୍ଦୋବସ୍ତ କରିବେ ବୋଲି ଶିଶୁ ସୁରକ୍ଷା ୟୁନିଟର ସଦସ୍ୟ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.