ଗଞ୍ଜାମ: ଚମାଖଣ୍ଡି ଥାନା ରାମେୟାପଲ୍ଲୀ ଗାଁରେ ଅଭାବନୀୟ ଘଟଣା, ଗୁଣିଆ ସନ୍ଦେହରେ ଜଣକୁ ପିଟିପିଟି ମାରିଦେଲେ

କେନ୍ୟୁଜ୍(ବ୍ୟୁରୋ): ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ରାମେୟାପଲ୍ଲୀ ଗାଁରେ ଅଭାବନୀୟ ଘଟଣା ।ଗୁଣିଆ ସନ୍ଦେହରେ ଜଣକୁ ପିଟିପିଟି ମାରିଦେଲେ । ମୃତକ ବ୍ରହ୍ମପୁର ଅଞ୍ଚଳର ଏନ୍‌. ଭେଙ୍କଟ ରମଣ। ଆକ୍ରମଣରେ ରାମେୟାପଲ୍ଲୀ ଗାଁର ପି. ଭୀମରାଜୁ ରେଡ୍ଡୀ ଏବଂ ବ୍ରହ୍ମପୁରର ପି.ଧବଳେଶ୍ୱର ରେଡ୍ଡୀ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରାମେୟାପଲ୍ଲୀ ଗାଁର ପି.ଭୀମରାଜୁ ପୂଜାପାଠ କରିବା ଲାଗି ଏନ୍‌. ଭେଙ୍କଟ ରମଣ ଓ ପି.ଧବଳେଶ୍ୱରକୁ ଡାକିଥିଲେ ।

ଭୀମରାଜୁ ତାନ୍ତ୍ରିକ ଶିକ୍ଷା କରିଥିବା ସନ୍ଦେହ କରିଥିଲେ ଗ୍ରାମବାସୀ । ଏନେଇ ଗ୍ରାମବାସୀଙ୍କ ସହ ସେମାନଙ୍କ ବଚସା ହେବା ସହ ହାତହାତି ହୋଇଥିଲେ । ସେମାନଙ୍କୁ ନିସ୍ତୁକ ମାଡମାରିଥିଲେ ଗ୍ରାମବାସୀ । ଘଟଣାସ୍ଥଳରେ ଅତିରିକ୍ତ ଏସ୍‌ପି ଠାକୁର ପ୍ରସାଦ ପାତ୍ର, ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନ୍‌, ଚମାଖଣ୍ଡି ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ତଦନ୍ତ ଚଳାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.