ସୁସ୍ଥ ହେଲେ ଭୁବନେଶ୍ୱରର ଆଉ ଦୁଇ କରୋନା ଆକ୍ରାନ୍ତ,ସୂଚନା ଦେଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

କେନ୍ୟୁଜ(ବ୍ୟୁରୋ): ସୁସ୍ଥ ହେଲେ ଭୁବନେଶ୍ୱରର ଆଉ ଦୁଇ କରୋନା ଆକ୍ରାନ୍ତ I ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୩୭ ଜଣ । ଆଜି ତାଙ୍କ ନମୁନା ପରୀକ୍ଷା କରାଯାଇଥିଲା ତାହା ନେଗେଟିଭ ଆସିଛି ବୋଲି ଟ୍ୱିଟ ଯୋଗେ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଆଜି ସକାଳେ ୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସମସ୍ତ ୫ ପଜିଟିଭ୍‌ ବାଲେଶ୍ୱର ଜିଲ୍ଲାର । ଏହାକୁ ମିଶାଇ ବାଲେଶ୍ୱରରେ ସଂକ୍ରମିତଙ୍କ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି । ତେବେ ୫ ଆକ୍ରାନ୍ତଙ୍କ ମଧ୍ୟରେ ୪ ଜଣ ମହିଳା ରହିଥିବା ବେଳେ ଜଣେ ପୁରୁଷ ଅଛନ୍ତି । ସମସ୍ତଙ୍କ ବୟସ ୨୨ରୁ ୫୫ ବର୍ଷ ଭିତରେ । ସମସ୍ତେ କଣ୍ଟେନମେଣ୍ଟ ଜୋନ୍‌ର ଓ ସମସ୍ତେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଥିଲେ । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.