Below header

ବାହାରୁ ପରିବା କିମ୍ବା କ୍ଷୀର କିଣି ଆଣିଲେ କଣ କରିବେ କେମିତି କରୋନା ଠାରୁ ନିଜକୁ ରକ୍ଷା କରିବେ ଜାଣନ୍ତୁ

କରୋନା ଭାଇରସ ସାରା ବିଶ୍ୱରେ କାୟା ବିସ୍ତାର କରି ଚାଲିଛି। ଦିନକୁ ଦିନ ବଢ଼ିବାରେ ଲାଗିଛି ଏହି କିଲର ଭାଇରସର ପ୍ରକୋପ। ତେବେ ଏହି ଭାଇରସର ଟୀକା ବର୍ତ୍ତମାନ ପର୍ଯ୍ୟନ୍ତ ଆସିନାହିଁ। ଏପଟେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ମୃତ୍ୟୁ ସଂଖ୍ୟା।କରୋନାର ଟୀକା ଏଯାଏଁ ଆସିନଥିଲେ ସୁଦ୍ଧା ସୋସିଆଲ ଡିସଟାନ୍ସ ବା ସାମାଜିକ ଦୂରତା ଏହି ଭାଇରସକୁ ରୋକିବାର ସବୁଠାରୁ କାରିଗରୀ ଉପାୟ ଅଟେ। ଏଇଟା ଆମେ କହୁନୁ, ବିଶେସଂଜ୍ଞ ମାନେ କହିଛନ୍ତି। ବିଶେଷଜ୍ଞଙ୍କ ଅନୁଯାୟୀ ଲକଡାଉନ ଏବଂ ସାମାଜିକ ଦୂରତା ଜରିଆରେ କରୋନାକୁ ହରାଇହେବ।

ତେବେ ଏହି କରୋନା ସଙ୍କଟ ମଧ୍ୟରେ ଲୋକମାନଙ୍କ ମନରେ ଏକ ପ୍ରକାର ଭୟର ମାହୋଲ ଖେଳି ଯାଇଛି। ଘରେ ରହିବା ଠାରୁ ନେଇ, ଛାତ ଉପରେ ବୁଲିବା ଏବଂ ବାହାରକୁ ଜରୁରୀ ଜିନିଷ ଆଣିବା ପର୍ଯ୍ୟନ୍ତ ସବୁ ଛୋଟ ବଡ ଗତିବିଧିକୁ ନେଇ ଲୋକମାନଙ୍କ ମନରେ ଏକ ପ୍ରକାର ଭୟର ଚିନ୍ତା ଘାରିଛି ଯେ ଆମର ଏହି କାମରେ କରୋନା ଆସିଯିବନି ତ। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଜଣାଇଛି ଯେ ଏହି ସମୟରେ ଡରିବାର ଆବଶ୍ୟକତା ନାହିଁ ସାବଧାନ ହିଁ ଜରୁରୀ।

ଘରେ କିଛି ସ୍ଥାନକୁ ପରିଷ୍କାର ରଖିବା ନିହାତି ଜରୁରୀ

washhବିଶେସଂଜ୍ଞଙ୍କ ଅନୁଯାୟୀ କରୋନା ଭାଇରସ କିଛି ସ୍ଥାନରେ ବା କିଛି ବସ୍ତୁରେ କିଛି ଘଣ୍ଟାରୁ ନେଇ କିଛି ଦିନ ପର୍ଯ୍ୟନ୍ତ ଜୀବିତ ରହିପାରେ। ଏଥିପାଇଁ ବିଶେଷଜ୍ଞ କହିବାନୁଯାୟୀ ଘରେ ଯେଉଁ ଜାଗାକୁ ପରିବାର ସଦସ୍ୟ ଅଧିକ ହାତ ଲଗାଉଥିବେ, ସେହି ଜାଗାକୁ ସାନିଟାଇଜ କରିବା ଜରୁରୀ। ମୋବାଇଲ, ଟିଭି, ଚେୟାର, ଟେବୁଲ ଠାରୁ ନେଇ କବାଟ ହ୍ୟାଣ୍ଡେଲ ପର୍ଯ୍ୟନ୍ତ ସବୁ କିଛି ସଫା କରିବା ଉଚିତ।

ବାହାରୁ କ୍ଷୀର ପ୍ୟାକେଟ କିମ୍ବା ପରିବା ଆଣିଲେ କଣ କରିବେ ଜାଣନ୍ତୁ

ଯଦି ଆପଣ ବଜାରରୁ ପରିବା ଆଣୁଛନ୍ତି କିମ୍ବା କୌଣସି ଠେଲା ଵାଲା ପାଖରୁ ପରିବା କିଣୁଛନ୍ତି ତେବେ ଘରକୁ ନେଇ ତାହାକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ହେଇପାରେ ପରିବା ଆଣିବାକୁ କେହି କରୋନା ସଂକ୍ରମିତ ଯାଇଥିବେ କିମ୍ବା କାଶ ଛିଙ୍କ ସମୟରେ ପରିବା ସମ୍ପର୍କରେ ଭାଇରସ ଆସିଥିବ। ସେଥିପାଇଁ ଆପଣ ବାହାରୁ କିଛି ଜିନିଷ ଆଣିଲେ ତାକୁ ନିଶ୍ଚୟ ଧୋଇ ଦିଅନ୍ତୁ। ପାରିବ ଭଳି କ୍ଷୀର ପ୍ୟାକେଟକୁ ମଧ୍ୟ ଧୋଇ ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.