ଦୁଃଖ ଭିତରେ ବି ପିତା-ମାତା କରିଗଲେ ମହତ କାର୍ଯ୍ୟ, ଫୁଡ ପଏଜନିଂରୁ ମୃତ ଦୁଇ ଝିଅଙ୍କ ଚକ୍ଷୁ ଦାନ କଲେ

ଭୁବନେଶ୍ୱର(କେନ୍ୟୁଜ) : ପ୍ରତି ଦିନ ହୃଦୟକୁ ବ୍ୟଥିତ କଲା ଭଳି ଏମତି ବହୁ ଘଟଣା ଆମ ସାମ୍ନାକୁ ଆସେ। ଆଜି ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଯାଇଛି ଭୁବନେଶ୍ୱରର ଶାସ୍ତ୍ରୀନଗର ଅଞ୍ଚଳରେ । ମା’-ବାପାଙ୍କର ଦୁଇ ପଢ଼ୁଆ ଝିଅ ଆଗ ପଛ ହୋଇ ମୃତ୍ୟୁ ବରଣ କରିଛନ୍ତି କ୍ୟାପିଟାଲ ହସପିଟାଲରେ । ଫୁଡ ପଏଜନିଂରୁ ତାଙ୍କର ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାଯାଇଛି ।

ହେଲେ ଏହି ଦୁଃଖ ଭିତରେ ମୃତ ଝିଅଙ୍କର ପିତା-ମାତା ଏପରି ମହତ କାମ କରିଯାଇଛନ୍ତି, ଯାହାକୁ ଶୁଣିଲେ ଆପଣମାନେ କହିବେ ଧନ୍ୟ ତୁମେ ପିତା-ମାତା। ମୃତ୍ୟୁ ପରେ ବି ଦୁଇ ଝିଅ ପିତା-ମାତାଙ୍କ ପାଇଁ ଗର୍ବ ଅନୁଭବ କରିବା ପରି ଏକ ଫର୍ଦ୍ଦ ଯୋଡ଼ି ଯାଇଛନ୍ତି । ପିତା-ମାତା ଦୁଇ ଝିଅଙ୍କର ଚକ୍ଷୁ ଦାନ କରିଛନ୍ତି । ଯାହାଦ୍ୱାରା ଅନ୍ୟ କେହି ଏହି ଦୁନିଆକୁ ଦେଖି ପାରିବ । ପିତା-ମାତାଙ୍କର ଏହି ମହତ କାର୍ଯ୍ୟ କଥା ଶୁଣି କହିଛନ୍ତି ‘ଧନ୍ୟ ତୁମେ ପିତା-ମାତା’ ।

eye donation

ଘଟଣାଟି ଘଟିଥିଲା ଗତ ୧୪ ତାରିଖରେ । ଭୁବନେଶ୍ୱର ଖାରବେଳ ନଗର ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗର ଅଞ୍ଚଳରେ। ସମରେନ୍ଦ୍ର ସାହୁ, ଦୁଇ ଝିଅ ଶୁଭ ଲକ୍ଷ୍ମୀ, ଭାଗ୍ୟ ଲକ୍ଷ୍ମୀ, ଗୋଟିଏ କୁନି ପୁଅ ଓ ସ୍ତ୍ରୀ ସହ ମିଶି ରୁହନ୍ତି। ଶୁଭ ଲକ୍ଷ୍ମୀ ଉଚ୍ଚ ଶିକ୍ଷା ଲାଭ କରି ଏକ ଚାଟାର୍ଡ ଫାର୍ମରେ କାର୍ଯ୍ୟ ରତ ଥିଲେ। ଭାଗ୍ୟ ଲକ୍ଷ୍ମୀ ପଢୁଥିଲେ +୩କଳାରେ । କିନ୍ତୁ ଗତ ୧୪ତାରିଖ ଦିନ ଘରେ ମାଆ ତିଆରି କରିଥିବା ଅରୁଆ ଡାଲମା ଖଟା ଖାଇ ଅସୁସ୍ଥ ହୋଇ ପଡ଼ିଥିଲେ ଦୁଇ ଭଉଣୀ। ସେମାନଙ୍କୁ ପାଖ ଔଷଧ ଦୋକାନରୁ ଔଷଧ ଆଣି ଦେଇଥିଲେ ।

କିନ୍ତୁ ଦୁହେଁ ଧିରେ ଧିରେ ଅଧିକ ଅସୁସ୍ଥ ହୋଇ ପଡିଲେ। ଫଳରେ ଦୁଇ ଭଉଣୀଙ୍କୁ ବାପା ସମରେନ୍ଦ୍ର ସାହୁ କ୍ୟାପିଟାଲ ହସ୍ପିଟାଲରେ ଆଣି ଚିକିତ୍ସା କରିଥିଲେ। ତେବେ ୧୪ତାରିଖ ଦିନ ରାତିରେ ହିଁ ବଡ଼ ଭଉଣୀ ଶୁଭ ଲକ୍ଷ୍ମୀ ମୃତ୍ୟୁ ବରଣ କଲେ। ସାନ ଭଉଣୀ ଭାଗ୍ୟ ଲକ୍ଷ୍ମୀ ଆଇସିୟୁ ଭିତରେ ରେ ରହି ମୃତ୍ୟୁ ସହ ସଂଗ୍ରାମ କରୁଥିଲେ। ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ସେ । ଚାଲିଗଲେ ଆର ପାରିକୁ। ଦୁଇ ଭଉଣୀ
ଜଣଙ୍କ ପରେ ଜଣେ ସାଙ୍ଗ ହୋଇ ଚିର ନିଦ୍ରାର ଶୋଇଗଲେ ।

ଡାକ୍ତରମାନେ ଶବ ବ୍ୟବଚ୍ଛେଦ ସାରିବା ପୂର୍ବରୁ ସମରେନ୍ଦ୍ର ଦୁଇ ଝିଅଙ୍କ ଆଖିକୁ ଦାନ କରିଥିଲେ। ଏପରି ଦୁଃଖ ସମୟରେ ଏକ ମହତ କାର୍ଯ୍ୟ କରି ଉଦାହରଣ ସୃଷ୍ଟି କରିଛନ୍ତି ଏ ସମାଜ୍ ପାଇଁ। ଭୁବନେଶ୍ୱର ରୁ ରାଜାଙ୍କ ରିପୋର୍ଟ, କେନ୍ୟୁଜ୍‌, ଓଡ଼ିଶା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.