ଜିମ୍ ନ ଯାଇ ୧୨ କିଲୋ ଓଜନ କମାଇଥିଲେ ଶେହନାଜ୍, ଜାଣନ୍ତୁ ତାଙ୍କ ୱେଟ ଲସ୍ ଟିପ୍ସ

ଶେହନାଜ୍ ଗିଲ୍ ଙ୍କୁ କିଏ ବା ନଜାଣିଛି। ପଞ୍ଜାବରକ୍ୟାଟ୍ରିନା କୈଫ୍ କୁହାଯାଉଥିବା ଶେହନାଜ୍ ନିଜର ଚୁଲବୁଲି ଅନ୍ଧାଜ୍ ପାଇଁ ସମସ୍ତଙ୍କ ମନରେ ଜାଗା ତିଆରି କରିସାରିଛନ୍ତି। ବିଗ୍ ବସରେ ଆସିବା ପାରେ ତାଙ୍କୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ। ତେବେ ସେ ଜଣେ ଭଲ ଅଭିନେତ୍ରୀ ହେବା ସହ ଜଣେ ଭଲ କଣ୍ଠ ଶିଳ୍ପୀ ମଧ୍ୟ।

ତେବେ ସେ ବିଗ୍ ବସରେ ଥିବା ସମୟରେ ତାଙ୍କ କ୍ୟୁଟନେସ ପାଇଁ ସେ ଖୁବ୍ ଜଣାଶୁଣା ହୋଇଯାଇଥିଲା। ତେବେ ସେତେବେଳେ ନିଜ ଓଜନକୁ ନେଇ ମଧ୍ୟ ସେ ଚିନ୍ତିତ ଥିଲେ । ହେଲେ ବିଗ୍ ବସ ସରିବା ପରେ ଲକ୍ଡାଉନ୍ ମଧ୍ୟ ହୋଇଥିଲା, ସେହି ସମୟରେ ଶେହନାଜ୍ ଜିମ୍ ନ ଯାଇ ନିଜ ଉପରେ ଧ୍ୟାନ ଦେଇଥିଲେ । ନିଜର ଡାଏଟ ଉପରେ ପୂରା ଧ୍ୟାନ ରଖିଥିଲେ ସେ।

Shehnaz
Picture Credit – Daily hunt

ତେବେ ସେ ନିଜ ମୋଟାପଣ କମାଇବାକୁ ଯାଇ ନିଜର ଖାଦ୍ୟ ଶୈଳୀରେ ପରିବର୍ତ୍ତନ ଆଣିଥିଲେ। ପ୍ରଥମେ ସେ ଜଙ୍କ ଫୁଡ୍ ଓ ଫାଷ୍ଟ୍ ଫୁଡ୍ ଖାଇବା ବନ୍ଦ କରିଥିଲେ। ଏମିତିକି ସେ ଆଇସକ୍ରିମ, ବର୍ଗର, ଚୋକ୍ଲେଟ ସବୁ ଖାଇବା ବନ୍ଦ କରିଦେଇଥିଲେ। ପୁଣି ସବୁ ମସଲା ଓ ତେଲ ଯୁକ୍ତ ବାହାର ଖାଦ୍ୟ ଖାଇବା ମଧ୍ୟ ବନ୍ଦ କରିଦେଇଥିଲେ।

ସେ ନିଜ ଲଞ୍ଚରେ କେବଳ ମୁଗଡାଲି ହିଁ ଖାଉଥିଲେ ପୁଣି ଡିନରରେ ମଧ୍ୟ ସେହି ମୁଗ ଡାଲି ଓ ରୋଟି ଖାଉଥିଲେ । ଏହା ସହିତ ସେ ଘରେ ହିଁ ଯୋଗ ଓ ପ୍ରାଣାୟାମ କରୁଥିଲେ । ୩ ରୁ ୪ ଲିଟର ପାଣି ପିଉଥିଲେ। ଏମିତି କରି ୬ ମାସ ମଧ୍ୟରେ ଶେହନାଜ୍ ପ୍ରାୟ ୧୨ କିଲୋ ଓଜନ କାମାଇଥିଲେ । ଆଜି ଆପଣ ତାଙ୍କୁ ଦେଖି ପାରୁଥିବେ ସେ କେତେ ସ୍ଲିମ୍ । ତେବେ ସେ ବର୍ତ୍ତମାନ ନିଜ କ୍ୟରିଅରକୁ ନେଇ ବ୍ୟସ୍ତ ଅଛନ୍ତି ।