Below header

ଟ୍ରକକୁ ପଛପଟୁ ଧକ୍କା ଦେଲା ବାଇକ୍, ଦୁଇ ସାଙ୍ଗଙ୍କ ମୃତ୍ୟୁ

ବାଇକ୍ ଦୁର୍ଘଟଣାରେ ଦୁଇ ସାଙ୍ଗଙ୍କ ମୃତ୍ୟୁ । ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ଉଲୁଡା ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ଯୁ ହୋଇଥିବା ବେଳେ ଅନ୍ଯ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ଜଳେଶ୍ୱର (କେନ୍ୟୁଜ): ବାଇକ୍ ଦୁର୍ଘଟଣାରେ ଦୁଇ ସାଙ୍ଗଙ୍କ ମୃତ୍ୟୁ । ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ଉଲୁଡା ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ଯୁ ହୋଇଥିବା ବେଳେ ଅନ୍ଯ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ଗତକାଲି ରାତିରେ ତିନି ଜଣ ଯୁବକ ସାଙ୍ଗ ହୋଇ ଗୋଟିଏ ବାଇକରେ ତାଳସାରୀ ବେଳାଭୂମିକୁ ବୁଲିବାକୁ ଯାଉଥିଲେ । ଉଲୁଡା ଛକ ନିକଟରେ ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ଟ୍ରକକୁ ସେମାନଙ୍କ ବାଇକଟି ପଛ ପଟୁ ଧକ୍କା ଦେଇ ଥିଲା । ଫଳରେ ଘଟଣା ସ୍ଥଳରେ ଦୁଇ ସାଙ୍ଗକ ଜୀବନ ଯାଇଥିବା ବେଳେ ଅନ୍ୟ ଜଣକୁ ଆହତ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । ତାଙ୍କୁ ପ୍ରଥମେ ନିକଟସ୍ଥ ହସପିଟାଲକୁ ପଠା ଯାଇଥିଲା । ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ବର ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ମୃତ୍ଯୁ ବରଣ କରିଥିବା ଦୁଇ ଯୁବକ ହେଲେ ବସ୍ତା ଥାନା ଅନ୍ତର୍ଗତ ବୃନ୍ଦାବନପୁର ଗ୍ରାମର ବିଶ୍ବ ବିକାଶ ପରିଡା ଏବଂ ବାହାର୍ଦ୍ଦା ଗ୍ରାମର ଆକାଶ ଭକ୍ତା । ଗୁରୁତର ଯୁବକ ଜଣକ ବୃନ୍ଦାବନପୁରର ସୁନୀଲ ବେହେରା । ଖବର ପାଇ କମର୍ଦ୍ଦା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଘନ କୁହୁଡି ଯୋଗୁଁ ଦୁର୍ଘଟଣା ଘଟି ଥିବା କୁହା ଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.