ଜମୁଛି ବରଗଡ ଧନୁଯାତ୍ରା, ଚତୁର୍ଥ ଦିନରେ ଗୋପପୁରରେ କୃଷ୍ଣଙ୍କ ହାତରେ ରାକ୍ଷସ-ରାକ୍ଷସୀ ବଦ୍ଧ

ଜମୁଛି ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ପରିବେଷଣ ହେଉଛି କୃଷ୍ଣ ଲୀଳା । ଗତକାଲି ଥିଲା ଧନୁଯାତ୍ରାର ଚତୁର୍ଥ ଦିନ ।ସେପଟେ ଗୋପପୁରକୁ କଂସ ପଠାଇଥିବା ରାକ୍ଷସ ରାକ୍ଷସୀଙ୍କ ମୃତ୍ୟୁ ହୋଇଛି ପ୍ରଭୁ ଶ୍ରୀକୃଷ୍ଣ ହାତେ ।

ବରଗଡ଼ (କେନ୍ୟୁଜ): ଜମୁଛି ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ପରିବେଷଣ ହେଉଛି କୃଷ୍ଣ ଲୀଳା । ଗତକାଲି ଥିଲା ଧନୁଯାତ୍ରାର ଚତୁର୍ଥ ଦିନ । ପୃଥିବୀକୁ ଥରହର କରୁଥିବା ମହାରାଜ କଂସ ଆଜି ନିଜେ ବିଚଳିତ । ଆଖିକୁ ନିଦ ନାହଁ । ଭୋକ ଶୋଷ କୁଆଡେ ଉଭେଇ ଗଲାଣି । କଂସାସୁରକୁ ଘାରିଛି ମୃତ୍ୟୁ ଭୟ । ସେପଟେ ଗୋପପୁରକୁ କଂସ ପଠାଇଥିବା ରାକ୍ଷସ ରାକ୍ଷସୀଙ୍କ ମୃତ୍ୟୁ ହୋଇଛି ପ୍ରଭୁ ଶ୍ରୀକୃଷ୍ଣ ହାତେ । ପୁତନା, ଷଣ୍ଢାସୁର , ବକଟା, ଧେନୁ ରାକ୍ଷସ ରାକ୍ଷସୀଙ୍କ ନିଧନ ହୋଇଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଚତୁର୍ଥ ଦିବସରେ । ସେପଟେ ଗୋପପୁର ସାଜିଥିବା ଅମ୍ବାପାଲିରେ ଚାଲିଛି ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା। ଗୋପାଳଙ୍କ ନାଚ ଗୀତରେ କୃଷ୍ଣମୟ ହୋଇ ଉଠିଛି ପରିବେଶ ।

ଆଜି ପଞ୍ଚମ ଦିବସରେ କଂସଙ୍କ ଦିଗବିଜୟ ସହ ଜରାସନ୍ଧ ସହିତ ଯୁଦ୍ଧ, ହେତୀ – ପ୍ରହେତୀ ସହିତ ବିବାହ, ରାକ୍ଷସ ରାକ୍ଷସୀଙ୍କ ନିଧନ ଆଦି ଦୃଶ୍ୟ ଅଭିନୀତ ହେବ । ସେହିପରି ଗୋପପୁରରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ସହ କାଳୀୟ ଦଳନ ଏବଂ ବିଶ୍ବ ରୂପ ଦର୍ଶନ ଦୃଶ୍ୟ ଅଭିନୀତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.