ଗୁଜରାଟରେ ଡଙ୍ଗାବୁଡ଼ି ଘଟଣା: ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି, ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା

ଗୁଜରାଟର ବରୋଦା ଡଙ୍ଗାବୁଡ଼ି ଘଟଣାରେ ମୃତ୍ୟୁ ସଂଖ୍ୟା ୧୬ରେ ପହଞ୍ଚିଛି। ମୃତକଙ୍କ ଭିତରେ ୧୪ ଜଣ ଛାତ୍ର ଓ ୨ ଜଣ ଶିକ୍ଷକ ଅଛନ୍ତି। ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଡଙ୍ଗାରେ ମୋଟ ୨୭ ଜଣ ଥିଲେ। ୨୩ ଜଣ ଛାତ୍ରଛାତ୍ରୀ ଓ ୪ ଜଣ ଶିକ୍ଷକ। ଏକ ଘରୋଇ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପିକନିକ୍ କରିବାକୁ ଯାଇଥିବା ବେଳେ ଅପରାହ୍ଣରେ ହରନି ହ୍ରଦରେ ଦୁର୍ଘଟଣା ହୋଇଛି।

ନୂଆଦିଲ୍ଲୀ : ଗୁଜରାଟର ବରୋଦା ଡଙ୍ଗାବୁଡ଼ି ଘଟଣାରେ ମୃତ୍ୟୁ ସଂଖ୍ୟା ୧୬ରେ ପହଞ୍ଚିଛି। ମୃତକଙ୍କ ଭିତରେ ୧୪ ଜଣ ଛାତ୍ର ଓ ୨ ଜଣ ଶିକ୍ଷକ ଅଛନ୍ତି। ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଡଙ୍ଗାରେ ମୋଟ ୨୭ ଜଣ ଥିଲେ। ୨୩ ଜଣ ଛାତ୍ରଛାତ୍ରୀ ଓ ୪ ଜଣ ଶିକ୍ଷକ। ଏକ ଘରୋଇ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପିକନିକ୍ କରିବାକୁ ଯାଇଥିବା ବେଳେ ଅପରାହ୍ଣରେ ହରନି ହ୍ରଦରେ ଦୁର୍ଘଟଣା ହୋଇଛି। ସ୍କୁଲ ତରଫରୁ ପିକନିକ ଆୟୋଜନ କରାଯାଇଥିଲା। ଦୁର୍ଘଟଣାସ୍ଥଳରେ NDRF ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି। ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି। କେହି ବି ଲାଇଫ୍ ଜ୍ୟାକେଟ୍ ପିନ୍ଧି ନଥିଲେ।

 

ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କରିଛନ୍ତି ଗୁଜରାଟ ସରକାର। PMNRF ପକ୍ଷରୁ ମଧ୍ୟ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା ହୋଇଛି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଗୁଜରାଟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପିକନିକ୍ ଆୟୋଜକଙ୍କ ବିରୋଧରେ ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.