Below header

ଘଟଗାଁ: ଘର ଭିତରୁ ଉଦ୍ଧାର ହେଲା ବିରଳ ଦୁଇ ମୁଣ୍ଡିଆ ସାପ

ଘଟଗାଁ (କେନ୍ୟୁଜ) : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ଗ୍ରାମରେ ଏକ ଦୁଇ ମୁଣ୍ଡିଆ ସାପ ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ ଢେଙ୍କିକୋଟର ଅଜିତ ରାଉଳଙ୍କ ଘରେ ଏକ ଛୋଟ ଚିତି ସାପ ପଶିଯାଇଥିବା ଘର ଲୋକେ ଜାଣିବାପରେ ଏହି ସାପଟିକୁ କୌଶଳ କ୍ରମେ ଧରିଥିଲେ । ସାପଟିର ଦୁଇଟି ମୁଣ୍ଡ ଦେଖିବାକୁ ମିଳିବାପରେ ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଯାଇଥିଲା । ଦୁଇ ମୁଣ୍ଡିଆ ଶିଶୁ ଚିତି ସାପଟିକୁ ଦେଖିବାପରେ ଅଜିତ ରାଉଳ ଓ ତାଙ୍କ ବନ୍ଧୁ ଦୀନେଶ ମିଶ୍ର ଏହି ସାପଟିକୁ ସୁରକ୍ଷିତ ଧରି ଏକ ପ୍ଲାଷ୍ଟିକ ଜାରରେ ରଖିଛନ୍ତି । ଏ ନେଇ ବନବିଭାଗକୁ ଖବର ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.