ଇନଷ୍ଟାଗ୍ରାମରେ ଗିବେରିଶ୍ ଚ୍ୟାଲେଞ୍ଜର ଫ୍ୟାନ ହେଲେ ସ୍ମୃତି ଇରାନୀ, ଦେଖନ୍ତୁ କିପରି ରହିଛି ତାଙ୍କର ପ୍ରଦର୍ଶନ

କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ ଚାଲିଛି । ଏଭଳି ପରିସ୍ଥିତିରେ ଲୋକମାନେ ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ତେଣୁ ଲୋକମାନେ ସୋସିଆଲ ମିଡିଆରେ ବହୁତ ସମୟ ଅତିବାହିତ କରୁଛନ୍ତି । ଆଜିକାଲି ଲୋକମାନେ ଇନଷ୍ଟାଗ୍ରାମରେ ଗିବେରିଶ୍ (Guess The Gibberish) ଚ୍ୟାଲେଞ୍ଜ ପାଇଁ ପାଗଳ । ଏହାକୁ ସଠିକ୍ ଭାବେ ଗେସ କରିବାକୁ ପଡିବ । ତେବେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଏଥିରେ ଟ୍ରାଏ କରିଥିଲେ ।

 

View this post on Instagram

 

@smritiiraniofficial ma’am is so cute & lovely! 😅😊 #guessthegibberish #smriti #smritiirani

A post shared by Adamya Deva Raju (@the.adamya) on


ସ୍ମୃତି ଇରାନୀ ସୋସିଆଲ ମିଡିଆରେ ପ୍ରାୟତଃ ଆକ୍ଟିଭ ଥାଆନ୍ତି । ବିଶେଷକରି ଇନଷ୍ଟାଗ୍ରାମରେ ସେ ତାଙ୍କର ଅନେକ ଫଟୋ ମଧ୍ୟ ସେୟାର କରିଛନ୍ତି । ରବିବାର ଦିନ ସେ ଗୁବେରିଶ ଚ୍ୟାଲେଞ୍ଜରେ ଭାଗ ନେବା ପରେ ଏହାର ଭିଡିଓ ସେୟାର କରିଥିଲେ । ଏହି ଚ୍ୟାଲେଞ୍ଜରେ, ବାକ୍ସ ଭିତରେ ଶବ୍ଦଗୁଡ଼ିକ ଲେଖାଯାଇଥାଏ । ଏହାକୁ ଦେଖିବା ପାଇଁ ଜଣଙ୍କୁ ଫ୍ରେଜ ଗେସ କରିବାକୁ ପଡିବ । ଏଥିପାଇଁ ମାତ୍ର ୫ ସେକେଣ୍ଡ ଦିଆଯାଇଥାଏ । ତେବେ ଏହି ଚ୍ୟାଲେଞ୍ଜ ଏତେ ବି ସହଜ ନୁହେଁ । ଭଲ ଫଳାଫଳ ପାଇଁ ଆପଣଙ୍କୁ ଭାଷା ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.