ନିଜ ମୃତ୍ୟୁର ନାଟକ ନିଜେ ହିଁ ରଚିଥିଲେ କିମ୍ ଜୋଙ୍ଗ, ମିଡିଆ କଲା ଖୁଲାସା

ଉତ୍ତର କୋରିଆ ଶାସକ କିମ୍ ଜୋଙ୍ଗ ଉନଙ୍କ ବିଷୟରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ କିମ୍ ଜୋଙ୍ଗ ନିଜେ ହିଁ ନିଜ ମୃତ୍ୟୁର ନାଟକ ରଚିଥିଲେ। ଏହି ଗୁମର ସେ ନିଜେ ଖୋଲିଛନ୍ତି।

South Korea maintains Kim Jong-Un health rumors are untrue

ଅଷ୍ଟ୍ରେଲିଆର ଏକ ରିପୋର୍ଟ ମୁତାବକ ୩୬ ବର୍ଷୀୟ କିମ୍ ଜୋଙ୍ଗ ନିଜେ ହିଁ ନିଜ ମୃତ୍ୟୁ ନାଟକ ରଚିଥିଲେ। ଏହା ପଛରେ ଏକ କାରଣ ଥିଲା। ଏହି ଉପାୟରେ ସେ ଜାଣିବାକୁ ଚାହୁଁଥିଲେ ତାଙ୍କ ଭିତିରି କଥା ବାହାରକୁ ଲିକ ହେଉଛି କି ନାହିଁ। ଉତ୍ତର କୋରିଆର ସିକ୍ରେଟ୍ ବାହାରକୁ ଯାଉଛି କି ନାହିଁ ତାହା ଚେକ କରିବାକୁ ସେ ଏହି ଉପାୟ ଆପଣାଇଥିବା ଜଣାଯାଇଛି।

North Korean defector-turned-lawmaker '99 percent' sure Kim Jong ...

ସୂଚନାଯୋଗ୍ୟ ଯେ କିମ୍ ଜୋଙ୍ଗ ୩ ସପ୍ତାହ ଧରି ଅଚାନକ ଗାୟବ ହୋଇଯାଇଥିଲେ। ଏମିତିକି ସେ ଦେଶର ସବୁଠୁ ବଡ଼ ଉତ୍ସବରେ ମଧ୍ୟ ଯୋଗ ଦେଇନଥିଲେ। ସେହି ସମୟ ମଧ୍ୟରେ କିମଙ୍କ ଅପରେସନ ହୋଇଥିବା ନେଇ କେହି କେହି ସନ୍ଦେହ କରିଥିବା ବେଳେ ଆଉ କେହି କିମଙ୍କ ମୃତ୍ୟୁ ଘଟିଥିବା ନେଇ ଖବର ପ୍ରକାଶିତ କରିଥିଲେ। ଏମିତିକି କିମଙ୍କ ଭଉଣୀ ଶାସନ ଭାର ସମ୍ଭାଳିବେ ବୋଲି ମଧ୍ୟ ଶୁଣିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.