ବଢି ପାଣିରେ ଭାସିଗଲେ ୨ ନାବାଳକ: ଜଣେ ମୃତ ଓ ଜଣେ ନିଖୋଜ

ଟାଙ୍ଗି(କେନ୍ୟୁଜ): ନଇଁକୁ ଗାଧୋଇ ଯିବା ହେଲା କାଳ । ବଢି ପାଣିରେ ଭାସିଗଲେ ୨ ନାବାଳକ । ଜଣେ ମୃତ ଓ ଜଣେ ନିଖୋଜ । ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ଛକଡି ପୁର ଗ୍ରାମରେ । ୪ ଜଣ ସାଙ୍ଗ ଭରତ ଦାସ ବନ୍ଧକୁ ଗାଧୋଇବାକୁ ଯାଇଥିବା ବେଳେ ଘଟିଥିଲା ଏହି ଅଘଟଣ ।
ମୃତ ନାବାଳକର ନାମ ବିଜୁ ସାସମଲ, ତାଙ୍କ ବୟସ ୧୪ବର୍ଷ ହେବ। ସେ ଛକଡି ପୁର ଗ୍ରାମରେ ରୁହନ୍ତି ।ତେବେ ୪ ଜଣ ସାଙ୍ଗ ଭରତ ଦାସ ବନ୍ଧକୁ ଗାଧୋଇବାକୁ ଯାଇଥିବା ବେଳେ ଅନ୍ୟ ଜଣେ ନାବାଳକର ଏଯାଏ ପତ୍ତା ମିଳିନି । ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.