Below header

ମୋବାଇଲ ବଟନ ଚିପିବା ମାତ୍ରେ ଶରୀରରେ ଫିଟ୍‌ ହୋଇଯିବ ରେନ୍‌ କୋଟ୍‌, ଦାମ୍‌ ଟି-ସାର୍ଟ ଠାରୁ ବି କମ୍‌

ବର୍ଷା ଦିନ ଆସିଯାଇଛି। ଆଉ ତୁହାକୁ ତୁହା ବର୍ଷା ବି ହେଉଛି। ଦେଶର ଅନେକ ରାଜ୍ୟରେ ପ୍ରବଳ ବର୍ଷା ହେଉଛି । ବର୍ଷା ସମୟରେ ଦିନସାରା ଘରେ ରହିବା ଅତି କଷ୍ଟକର ହୋଇପଡୁଛି । କୌଣସି କାମ ପାଇଁ ବାହାରକୁ ଯିବାକୁ ହେଲେ ଛତା କିମ୍ବା ରେନ୍‌ କୋଟ୍‌ ଖୋଜିବାକୁ ପଡୁଛି । ତେବେ ଘରୁ ବାହାରିବା ପରେ କିଛି ବାଟ ଯିବା ପରେ ବର୍ଷା ହେଲେ ରେନ୍‌ କୋଟ୍‌ ପିନ୍ଧୁପିନ୍ଧୁ ମଣିଷ ଓଦା ବି ହେଇଯାଉଛି। ତେବେ ଯଦି ଆପଣ ଏମିତି ସମସ୍ୟା ଭୋଗୁଥାନ୍ତି, ତେବେ ଏହାପାଇଁ ଆସିଛି ନୂଆ ଉପାୟ। ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚିତ। ମାର୍କେଟରେ ଏମିତି ଏକ ସ୍ମାର୍ଟ ରେନ୍ କୋଟ୍ ଆସିଛି ଯାହା ବର୍ଷା ହେବା ମାତ୍ରେ ଶରୀରରେ ଫିଟ୍ ହୋଇଯିବ । ଆସନ୍ତୁ ଜାଣିବା ଏ ସମ୍ପର୍କରେ…

ଏହି ସ୍ମାର୍ଟ ରେନ୍ କୋଟ୍ ସ୍ମାର୍ଟଫୋନ୍ ସହିତ କନେକ୍ଟ ହୋଇଯିବ । ଏହାର ଆଗ ପଟେ ଅଟୋ ଜିପ୍ ଦିଆଯାଇଛି । ଯେମିତି ବର୍ଷା ହେବ ଏହା ଅଟୋମେଟିକ୍ ଜିପ୍ ହୋଇଯିବ । କିନ୍ତୁ ଏଥିପାଇଁ ଆପଣଙ୍କୁ ମୋବାଇଲରୁ କମାଣ୍ଡ ଦେବାକୁ ପଡିବ । ଆପରେ କମାଣ୍ଡ ଦେବା ମାତ୍ରେ ରେନ୍‌ କୋଟ୍ ମନକୁ ମନ ଶରୀରରେ ଫିଟ୍ ହୋଇଯିବ । ଏହାକୁ ଭାରତ ନୁହେଁ ଚାଇନା ତିଆରି କରିଛି। ଚାଇନା ମାର୍କେଟରେ ଏହାକୁ କିଣିବା ପାଇଁ ସମସ୍ତେ ଆଗଭର ହେଉଛନ୍ତି ।

କେମିତି କାମ କରେ ଏହି ସ୍ମାର୍ଟ ରେନ୍ କୋଟ୍ :

ଚୀନରେ ଏହି ସ୍ମାର୍ଟ ରେନ୍ କୋଟକୁ Robotics କୁହାଯାଉଛି । ଏହାକୁ ଆପଣଙ୍କୁ ଶରୀରରେ ଫିଟ୍ କରିବାକୁ ହୋଇଥାଏ । ଯେତେବେଳେ ବର୍ଷା ହେବ ଏହା ଅଟୋମେଟିକ୍ ଆପଣଙ୍କ ଶରୀରରେ ଫିଟ୍ ହୋଇଯିବ । ଚୀନରେ ଏହି ପ୍ରଡକ୍ଟ ଅନଲାଇନ୍ ମିଳୁଛି । ପୁରୁଷ, ମହିଳା ଏବଂ କୁନି ପିଲାଙ୍କ ପାଇଁ ମଧ୍ୟ ଏହି ପ୍ରଡକ୍ଟ ଲଞ୍ଚ୍ କରାଯାଇଛି ।

ରେନ୍‌ କୋଟ୍‌ ଦାମ:

ଏହି ସ୍ମାର୍ଟ ରେନ୍ କୋଟର ଦାମ୍ ବହୁତ କମ୍ । ଏହାର ଦାମ୍ ଟି-ସାର୍ଟରୁ ମଧ୍ୟ କମ୍ । ଏହାକୁ କେହି ବି କିଣିପାରିବେ । ଭାରତୀୟ ମୁଦ୍ରା ଅନୁସାରେ ଏହାର ଦାମ୍ ୪୦୦-୧୦୦୦ ଟଙ୍କା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.