ଭୁବନେଶ୍ୱର : ପୋଲିସ ଆଗରେ ରାଜମହଲ ଛକ ଟ୍ରାଫିକରେ ଦୁଇ ଯୁବକଙ୍କ ମଧ୍ୟରେ ମାଡପିଟ

ଭୁବନେଶ୍ୱର (କେନ୍ୟୁଜ୍) : ରାଜମହଲ ଛକରେ ଟ୍ରାଫିକ ଛକ ଉପରେ ଦୁଇ ଯୁବକଙ୍କ ମଧ୍ୟରେ ଧସ୍ତାଧସ୍ତି । ତାହା ପୁଣି ପୋଲିସ ଉପସ୍ଥିତିରେ । ଟ୍ରାଫିକ ନିୟମ ଉଲଂଘନ ପରେ କାର ଓ ବାଇକ ଚାଳକଙ୍କ ମଧ୍ୟରେ ବଚସା ପରେ ଗଣ୍ଡଗୋଳ ହୋଇଥିଲା । ଏଥିଯୋଗୁ ରାଜମହଲ ଛକରେ ଟ୍ରାଫିକ ଜାମ ସହ ଦୁଇ ଯୁବକଙ୍କ ସମର୍ଥକଙ୍କ ମଧ୍ୟରେ ହାତାହାତି ହୋଇଥିଲେ । କିଛି ସମୟ ପରେ ପୋଲିସ ଟିମ୍ ଆସି ଦୁଇ ଜଣଙ୍କୁ ଥାନାକୁ ନେଇଥିଲା । ଟ୍ରାଫିକ ନିୟମ ଉଲ୍ଲଂଘନ ପରେ ବିବାଦ ହୋଇଥିଲାା