କେନ୍ଦ୍ରାପଡ଼ା : ଗ୍ରହଣଖଣ୍ଡିଆ ପିଲାଙ୍କୁ ମିଳିବ ମାଗଣା ଚିକିତ୍ସା ସହିତ ଖାଦ୍ୟର ସମସ୍ତ ବନ୍ଦୋବସ୍ତ
କେନ୍ଦ୍ରାପଡ଼ା (କେନ୍ଯୁଜ୍) : ଲୋକସଭା ନିର୍ବାଚନମଣ୍ଡଳୀରେ ଗ୍ରହଣଖଣ୍ଡିଆ ପିଲାଙ୍କୁ ମିଳିବ ମାଗଣା ଚିକିତ୍ସା । ଏଦିଗରେ ପଦକ୍ଷେପ ନେଇଛନ୍ତି । ପିଲାଙ୍କୁ ମାଗଣା ଚିକିତ୍ସା ସହ ରହିବା ଏବଂ ଖାଇବା ପାଇଁ ମଧ୍ୟ ସମସ୍ତ ବନ୍ଦୋବସ୍ତ କରାଯିବ । ଏ ଦିଗରେ ତାଙ୍କୁ ସହାୟତା କରିବେ ଏସସିବି ମେଡିକାଲ କଲେଜ ପ୍ଲାଷ୍ଟିକ ସର୍ଜରୀ ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ବିଭୂତି ଭୂଷଣ ନାୟକ। କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ନିଜେ ଏହି ସୂଚନା ଦେଇଛନ୍ତ।