Below header

ସାମୁଦ୍ରିକ ଝଡ଼ ପେଥାଇ ନାଁରେ ହେଲା ଦୁଇ ନବଜାତ ଶିଶୁଙ୍କ ନାମ

ମୋହନା (କେନ୍ୟୁଜ୍) : ସାମୁଦ୍ରିକ ଝଡ଼ ପେଥାଇ ଆନ୍ଧ୍ର ଉପକୂଳ ଛୁଇଁବା ସହ ଏନେଇ ହନ୍ତସନ୍ତ ହେଉଛନ୍ତି ଜନସାଧାରଣ। ଏହି ସମୟରେ ଆଜି ସକାଳ ୮:୨୫ମିନିଟରେ ଗଜପତି ଜିଲ୍ଲା ଶାନ୍ତିନଗର ଗ୍ରାମର ଝୁମୁରୀ ମଲିକ ଏକ ଶିଶୁପୁତ୍ର ଜନ୍ମ କରିଥିବା ବେଳେ ୯:୩୩ ମିନିଟରେ ବଡ଼ଖଣି ଗ୍ରାମରେ ଝୁନୁ ମଲିକ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଗୋଟିଏ ଜନ୍ମ କରିଥିଲେ ଶିଶୁ ପୁତ୍ର। ଏଭଳି ବାତ୍ୟା ପରିସ୍ଥିତିରେ ଦୁଇଶିଶୁ ଜନ୍ମ ହୋଇଥିବା ଯୋଗୁଁ ମେଡ଼ିକାଲ କର୍ତ୍ତୁପକ୍ଷ ଏବଂ ପରିବାର ଲୋକ ମିଳିତ ଭାବେ ତାଙ୍କର ନାମ ପେଥାଇ ବୋଲି କହିଛନ୍ତି। ଏନେଇ ପରିବାର ଲୋକ ନିଜର ଖୁସି ବ୍ୟକ୍ତ ମଧ୍ୟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.