ଅଜବ ଏହି ଜଗନ୍ନାଥ ମନ୍ଦିର କାହାଣୀ, ଯେଉଁଠି ଖରାରେ ଛାତରୁ ବାହାରେ ପାଣି ହେଲେ ବର୍ଷାରେ ଶୁଖିଯାଏ

ଅନେକ ରହସ୍ୟମୟ କାହଣୀରେ ପରିପୂର୍ଣ୍ଣ ଏହି ଦୁନିଆ । ଯେଉଁ କାହାଣୀ ଆଜି କେବଳ ଚର୍ଚ୍ଚାର ବିଷୟ ହୋଇ ରହିଯାଇଛି । କିନ୍ତୁ ରହସ୍ୟର ଏହି ଗଣ୍ଠିକୁ ଖୋଲିବା ସମ୍ଭବପର ହୋଇପାରିନାହିଁ । ଏମିତି ଏକ ରହସ୍ୟମୟ କାହାଣୀ ହେଉଛି ଉତ୍ତରପ୍ରଦେଶ କାନପୁରରେ ଥିବା ଜଗନ୍ନାଥ ମନ୍ଦିରର । ମୁଣ୍ଡଫଟା ଖରାରେ ବି ଏହି ମନ୍ଦିରର ଛାତରୁ ପାଣି ବାହାରିଥାଏ । ହେଲେ ଆଶ୍ଚର୍ଯ୍ୟ ଯେ ବର୍ଷାରେ ଏହା ବନ୍ଦ ହୋଇଯାଏ । ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିବା ଏହି ଘଟଣାଟି ସମ୍ପୂର୍ଣ୍ଣ ସତ ।

templeସ୍ଥାନୀୟ ବାସିନ୍ଦା କୁହନ୍ତି ବର୍ଷା ହେବାର ୬ /୭ ଦିନ ପୂର୍ବରୁ ଏହି ମନ୍ଦିରର ଛାତରୁ ପାଣି ବୁନ୍ଦା ପଡିଥାଏ । ଯେଉଁଥିରୁ ଗ୍ରାମବାସୀ ଜାଣି ପାରନ୍ତି ଯେ କିଛି ଦିନ ପରେ ବର୍ଷା ହେବ ବୋଲି । କେବଳ ସେତିକି ନୁହେଁ ଯେଉଁ ଆକାରର ପାଣି ବୁନ୍ଦା ପଡିଥାଏ ସେହି ଆଧାରରେ ବର୍ଷା ହୋଇଥାଏ । ମନ୍ଦିରରୁ ଆସୁଥିବା ଏହି ସଙ୍କେତକୁ ସାନ୍ଦେଶ ଭାବି ଚାଷ କାର୍ଯ୍ୟରେ ପ୍ରସ୍ତୁତ ହୋଇଥାନ୍ତି ଗ୍ରାମବାସୀ । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଯେମିତି ହିଁ ବର୍ଷା ଆରମ୍ଭ ହୋଇଥାଏ ସେମିତି ମନ୍ଦିରର ଛାତ ସମ୍ପୂର୍ଣ୍ଣ ଶୁଖିଯାଏ । ଯାହାକୁ ସମ୍ରାଟ ଅଶୋକଙ୍କ ସମୟରେ ତିଆରି ହୋଇଥିବା ସ୍ତୁପର ସଂରଚନା ଆଧାରରେ ହୋଇଛି ।

ଆଜି ଯାଏଁ ଏହି ରହସ୍ୟର ଗଣ୍ଠିକୁ ବିଜ୍ଞାନ ମଧ୍ୟ ଖୋଲି ପାରିନାହିଁ । ମନ୍ଦିରର ପୂଜକ କୁହନ୍ତି ଯେ ଅନେକ ସମୟରେ ବିଶେଷଜ୍ଞ ଏହି ମନ୍ଦିରକୁ ଆସିଛନ୍ତି । ହେଲେ ଚମତ୍କାର ଆଗରେ ଫେଲ୍ ମାରିଛି ବିଜ୍ଞାନ । ଏହି ମନ୍ଦିରର ଡିଜାଇନ୍ ମଧ୍ୟ ନିଜ ଭିତରେ ଏକ ଅଦଭୂତପୂର୍ବ । କାରଣ ମନ୍ଦିରର ଏଭଳି ଡିଜାଇନ୍ ଅନ୍ୟ କୌଣସି ସ୍ଥାନରେ ଦେଖିପାରିବେନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.